ରିଅଲି ଡେନ୍ସ ଏଣ୍ଡ କରାଟୀ ଏକାଡେମୀ ରେ ଗୁରୁ ଦିବସ

ବୁଗୁଡା (ଅନିଲ ମହାରଣା ): ସୁରାଟ ମହାନଗର ନିଗମର ବେଡ଼ ରୋଡ଼ ରେ ପ୍ରତିଷ୍ଠିତ ରିଅଲି ଡେନ୍ସ ଏଣ୍ଡ କରାଟୀ ଏକାଡେମୀ ରେ ପ୍ରବାସୀ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଗୁରୁଦିବସ ପାଳନ ହୋଇଯାଇଛି। ଏକାଡେମୀ ପରିସରରେ ଗୁରୁଦିବସ ଉପଲକ୍ଷେ ଆୟୋଜିତ ସଭାରେ ସୁରତର ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ସଭାପତି ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜୟରାମ ଦଳେଇ, ପ୍ରଦୀପ ସାହୁ ପ୍ରଭୃତି ମଞ୍ଚାସୀନ ଥିଲେ। ଏହି ଗୁରୁ ଦିବସ ଉତ୍ସବ କାର୍ଯ୍ୟକ୍ରମରେ ନୃତ୍ୟ ଗୁରୁ ସୁଶାନ୍ତ କୁମାର ପ୍ରଧାନ ଓ କରାଟୀ ଗୁରୁ ଯୋଗେଶ କୁଶ୍ବାହ ଦ୍ୱୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମୁଖ୍ୟ ଅତିଥି ପ୍ରଦୀପ କୁମାର ସାହୁ ନିଜ ବକ୍ତବ୍ୟରେ ଗୁରୁ ମାନଙ୍କ ମହତ୍ୱପୂର୍ଣ୍ଣ କାର୍ଯ୍ୟ ସହ ଶିଷ୍ୟ ମାନଙ୍କ କର୍ତ୍ତବ୍ୟ ବିଷୟରେ ମତ ରଖିଥିଲେ। ଏହି ଅବସରରେ ଏକାଡେମୀର ଛାତ୍ରଛାତ୍ରୀ ବୃନ୍ଦ ସେମାନ ଅର୍ଜିତ ଜ୍ଞାନକୁ ପ୍ରଦର୍ଶିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ