ରାଜ୍ୟରେ ସଂକ୍ରମଣ ସ୍ଥିର ଅଛି : ଡିଏମଇଟି
ଭୁବନେଶ୍ୱର, ରାଜ୍ୟର କିଛି ଜିଲ୍ଲାରେ ଯେଉଁ କରୋନା ସଂଖ୍ୟା ବଢୁଛି ଓ କମୁଛି, ତାହା ସାରା ବିଶ୍ୱରେ ହେଉଛି । ତେଣୁ ସବୁ ସ୍ଥିର ଅଛି । ସାମାନ୍ୟ ବଢୁଛି ବୋଲି ଗୋଟିଏ ରେଡ ଜୋନ ହେଲା । ରେଡ଼ ଜୋନ ଜାଣିଲେ ତ ଅଧିକ କାମ କରିବାକୁ ହେବ । ଡ଼େଲ୍ଟା କିଛି ମାତ୍ରାରେ ଅଛି ବୋଲି ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି ।ଅପରପକ୍ଷରେ ନିପା ମହାମାରୀ ଭାବେ ପୃଥିବୀରେ ହୋଇନି । ଏହା କେବଳ ଏକ ଆଉଟ ବ୍ରେକ୍ । ଏଥିଲାଗି ସଚେତନ ହେବା ଦରକାର । ତାକୁ ଭୌଗୋଳିକ ପରିସ୍ଥିତି ନିୟନ୍ତ୍ରଣ କରୁଛି । ମଣିଷଠାରୁ ମଣିଷକୁ ନିପା ହେବାର ଭୟ ରହିଛି । ଲୋକଙ୍କ ଆଚରଣ ବ୍ୟବସ୍ଥା ଓ ଅବସ୍ଥାକୁ ଦେଖିବାକୁ ହେବ ।


