ଅକ୍ଷୟଙ୍କ ମନ ଜିତିଛନ୍ତି କ୍ରିତି
ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ “ହାଉସ୍ ଫୁଲ୍-୪’ ବକ୍ସ ଅଫିସରେ ଧମାକା କରୁଛି । ଖୁବ୍ଶୀଘ୍ର ଏହା ୨୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି । ଫିଲ୍ମରେ ଅକ୍ଷୟ ଓ କ୍ରିତିଙ୍କ ଯୋଡ଼ିକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି । ତେବେ ଉଭୟଙ୍କ ଫ୍ୟାନମାନଙ୍କ ପାଇଁ ଆଉ ଏକ ଖୁସି ଖବର ରହିଛି । ପୁଣି ଥରେ ଅକ୍ଷୟ ଓ କ୍ରିତି ସ୍କ୍ରିନ୍ ଶେଆର୍ କରିବାକୁ ଯାଉଛନ୍ତି ।
ସୂଚନା ଅନୁଯାୟୀ, “”ହାଉସ୍ ଫୁଲ୍-୪” ସେଟ୍ରୁ ଅକ୍ଷୟ ଓ କ୍ରିତିିଙ୍କ ମଧ୍ୟରେ ଭଲ ବଣ୍ଡିଂ ହୋଇଯାଇଛି । ଏହି ଫିଲ୍ମରେ ପୂଜା ହେଗ୍ଡ଼େ ଓ କୃତି ଖରବନ୍ଦା ବି କାମ କରିଛନ୍ତି । ହେଲେ ଅକ୍ଷୟଙ୍କ ମନ ଜିତି ନେଇଛନ୍ତି କ୍ରିତିି ସେନନ୍ । କ୍ରିତିିଙ୍କ କାମ ଅକ୍ଷୟଙ୍କୁ ବେଶ୍ ଭଲ ଲାଗିଛି । ତା’ ସହିତ କ୍ରିତିିଙ୍କ ସହିତ ତାଙ୍କର ଅନ୍ସ୍କ୍ରିନ୍ ଯୋଡ଼ିକୁ ବି ଅକ୍ଷୟ ବହୁତ ପସନ୍ଦ କରିଛନ୍ତି । ସେଥିପାଇଁ ତ ଯେତେବେଳେ ଫିଲ୍ମ “ବଚ୍ଚନ ପାଣ୍ଡେ’ ପାଇଁ ଫିମେଲ୍ ଲିଡ୍ କାଷ୍ଟ କଥା ପଡ଼ିଲା, ଅକ୍ଷୟ ସର୍ବପ୍ରଥମେ ନିର୍ଦ୍ଦେଶକଙ୍କୁ କ୍ରିତିଙ୍କ ନାଁ କହିଥିଲେ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଫିଲ୍ମ ପାଇଁ କ୍ରିତିଙ୍କ ନାଁ ଉପରେ ମୋହର ବାଜି ସାରିଛି । ଫିଲ୍ମଟି ଆସନ୍ତା ବର୍ଷ ବଡ଼ଦିନରେ ପରଦାକୁ ଆସିବ ।
ସୂଚନାଯୋଗ୍ୟ, “ବଚ୍ଚନ ପାଣ୍ଡେ’ ହେଉଛି ୨୦୧୪ରେ ରିଲିଜ୍ ହାଇଥିବା ତେଲୁଗୁ ଫିଲ୍ମ “ବିରମ’ର ହିନ୍ଦୀ ରିମେକ୍ । ଏହି ଫିଲ୍ମରେ ତମନ୍ନା ଭାଟ୍ଟିଆ ଓ ଅଜିତ୍ କୁମାର ଅଭିନୟ କରିଥିଲେ । “ବଚ୍ଚନ ପାଣ୍ଡେ’ର ପ୍ରଯୋଜନା ଭାର ସାଜିଦ ନାଦିଆୱାଲା ନେଇଥିବା ବେଳେ ନିର୍ଦ୍ଦେଶନା ଦେବେ ଫରହାଦ୍ ସାମଜୀ । ସେ “ହାଉସଫୁଲ୍-୪’ରେ ମଧ୍ୟ ନିର୍ଦ୍ଦେଶନା ଦେଇଛନ୍ତି ।


