ବନ୍ଦ ହୋଇଯିବ ଦୀପିକାଙ୍କ ଶୋ’

ମୁମ୍ବାଇ: କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଛି ଟେଲି କୁଇନ୍ ଏକତା କପୁରଙ୍କ ଧାରାବାହିକ କବଚ ମହାଶିବରାତ୍ରୀ’? ଗତ ମେ ମାସରୁ ଏହା ଆରମ୍ଭ ହୋଇଛି । ଏହି ଶା’ ଆରମ୍ଭ ହେବା ପୂର୍ବରୁ ସୋଶାଲ୍ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଥିଲା । ଏଥିରେ ଲିଡ୍ ରୋଲରେ ଅଭିନୟ କରିଛନ୍ତି “ଦିଆ ଔର୍ ବାତୀ ହମ୍‌’ର ସନ୍ଧ୍ୟା ତଥା ଦୀପିକା ସିଂହ, ନମିକ ପଲ୍ ଓ ବିନ୍ ରାଣା । ହେଲେ ଏବେ ଖବର ଆସୁଛି ଯେ ଏହି ଶୋ’ ଖୁବ୍‌ଶୀଘ୍ର ବନ୍ଦ ହୋଇଯିବ ।
“କବଚ’କୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ତେଣୁ ଏକ୍ତା “କବଚ-୨’ ଆଣିବାକୁ ସ୍ଥିର କରିଥିଲେ । ପ୍ରଥମ ସିଜିନ୍ ପରି ଏହାକୁ ବି ଲୋକେ ପସନ୍ଦ କରିବେ ବୋଲି ସେ ଆଶା ରଖିଥିଲେ । ହେଲେ ଏହା ଦର୍ଶକଙ୍କ ମନ ଜିତିବାରେ ବିଫଳ ହୋଇଛି । ସୂଚନା ଅନୁଯାୟୀ, ଶୋ’ଟି ଟିଆରପି ତାଲିକାର ବହୁତ ତଳେ ରହୁଛି । ଟିଆରପି ବଢ଼ାଇବା ପାଇଁ ଏକତା ଶୋ’ରେ ଅନେକ କିଛି ପ୍ରୟାସ କରିଥିଲେ । ହେଲେ ସେସବୁ କାମ ଦେଲାନି । ଟିଆରପି ରେସରେ ଏହା ଆଦୌ ଆଗେଇ ପାରିଲା ନାହିଁ । ଏମିତିରେ ତ ଆଜିକାଲି ହାଇ ଟିଆରପିର ଫଣ୍ଡା ହେଉଛି ସୁପରନ୍ୟାଚୁରାଲ୍ କନ୍ସେପ୍ଟ । ହେଲେ “କବଚ-୨’ ବା ମହାଶିବରାତ୍ରୀ’ ପ୍ରଥମ ସିଜିନରୁ ଓ ଅନ୍ୟ ସୁପରନ୍ୟାଚୁରାଲ୍ ଶୋ’ଠୁ ଖୁବ୍ ଅଲଗା ହେବ ବୋଲି ନିର୍ମାତା କହିଥିଲେ । କିନ୍ତୁ ଏଥିରେ କିଛି ନୂଆ ଦେଖିବାକୁ ମିଳୁନାହିଁ । ସିରିଏଲର କାହାଣୀ ବି ଦର୍ଶକଙ୍କୁ ପ୍ରଭାବିତ କରିପାରିନି । ତେଣୁ ଏହାକୁ ବନ୍ଦ କରି ଦେବାକୁ ନିର୍ମାତା ଚିନ୍ତା କରୁଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ