ଚଳିତ ବର୍ଷ ରାଜ୍ୟର ଋଣ ଭାର ୧.୨୩ କୋଟି ଟଙ୍କାରେ ପହଂଚିବ
ଭୁବନେଶ୍ୱର, (ୱାଇଏନ୍ଏସ୍): ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ମୋଟ ଋଣ ପରିମାଣ ୧ଲକ୍ଷ ୨୨ହଜାର ୯୧୭.୨୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ୨୦୧୧ -୧୨ ବର୍ଷରେ ମୁଣ୍ଡପିଛା ଋଣର ପରିମାଣ ୯୧୪୪.୪୦ ଟଙ୍କା ଥିବା ବେଳେ ୨୦୨୧-୨୨ ରେ ୨୩ ୭୬୧.୮୩ ଟଙ୍କା ଅଟେ । ଏଜିଙ୍କ ତଥ୍ୟ ଅନୁଯାୟ ଜୁଲାଇ ଶେଷ ସୁଦ୍ଧା ଋଣ ଭାର ୧ ଲକ୍ଷ ୪ ହଜାର ୩୧୨ କୋଟି ହେବ । ଯାହାକି ଡିଏସଡିପିର ୧୭.୮୦ ପ୍ରତିଶତ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଉତରରୁ ଜଣାପଡିଛି । ସଭ୍ୟ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ଏସମ୍ପର୍କିତ ପ୍ରଶ୍ନର ଉତରରେ ଅର୍ଥମନ୍ତ୍ରୀ ଏହି ସୂଚନା ଦେଇଥିଲେ ।


