ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ ବିୟୋଗ; ସାନଦିଦି ଭାବେ ଥିଲେ ଛାତ୍ରଛାତ୍ରୀଙ୍କ ପ୍ରିୟ

ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ ): ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ଶିକ୍ଷୟିତ୍ରୀ ନୀରଦା ବାସିନୀ ପଟ୍ଟନାୟକଙ୍କ 61 ବର୍ଷ ବୟସରେ ପରଲୋକ ଘଟିଛି I ସ୍ଵର୍ଗତା ପଟ୍ଟନାୟକ କିଛି ଦିନ ହେବ ବୋନ୍ କ୍ଯାନ୍ସର୍ ରେ ପୀଡ଼ିତ ହୋଇ ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ I ସୋମବାର ରାତ୍ରି 9 ଘଣ୍ଟା 30 ମିନଟ୍ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା I ସେ ଗତ ବର୍ଷ ମାର୍ଚ୍ଚ ମାସରେ ଭଞ୍ଜନଗର ଡି.କଇଠପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଅବସର ଗ୍ରହଣ କରିଥିଲେ I ସେ ଜଣେ ଛାତ୍ର ବତ୍ସଳା ଶିକ୍ଷୟିତ୍ରୀ ଥିଲେ I ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେ ସାନ ଦିଦି ଭାବେ ଛାତ୍ରଛାତ୍ରୀ ଏବଂ ସହକର୍ମୀଙ୍କ ଗହଣରେ ବେଶ ପରିଚିତ ଥିଲେ I ଆଜି ତାଙ୍କ ପାର୍ଥିବ ଶରୀରକୁ ବାଉଁଶଲୁଣ୍ଡି ସ୍ଥିତ ଶ୍ମଶାନକୁ ଆଣି ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା I ତାଙ୍କରି ମୃତ୍ୟୁରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ମହଲରେ ଶୋକର ଛାୟା ଖେଳି ଯାଇଥିବା ବେଳେ ପୂର୍ବତନ ସହକର୍ମୀ ବାଳକୃଷ୍ଣ ସାବତ, ସନ୍ତୋଷ ପଟ୍ଟନାୟକ,ଉମାକାନ୍ତ ତ୍ରୀପାଠି, ସ୍ଵର୍ଣ୍ଣଲତା ବଳିତା ,ରମାକାନ୍ତ ତ୍ରୀପାଠି, ପ୍ରମୋଦ ଶତପଥୀଙ୍କ ସମେତ ଗାଙ୍ଗପୁର ଏବଂ ଢୁଢୁଆ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ବହୁ ପୁରାତନ ଛାତ୍ରଛାତ୍ରୀ ଶୋକ ବ୍ୟକ୍ତ କରିଛନ୍ତି I ଶବ ସତ୍କାର ସମୟରେ ଭଞ୍ଜନଗର ଡିବୋଟି କୃତିବାସ ବିଶ୍ୱାଳ,ଲକ୍ଷ୍ମୀ ଦାଶ,ବାବୁଲା ପ୍ରଧାନ, ରମେଶ ବେହେରା, ବିଦେଶୀ ସାହୁ, ଶୂଳପାଣି ଶତପଥୀ ଏବଂ ବାଉଁଶଲୁଣ୍ଡି ଗ୍ରାମବାସୀ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ