ହାତୀଶୁଣ୍ଢ ରୂପରେ ପୂଜାପାଉଛନ୍ତି ପାତାଳ ଫୁଟି ଶ୍ରୀ ଗଜାନନ
ନିମାପଡା (ସନ୍ତୋଷ ଦାଶ ): ପୁଣ୍ୟତୋୟା ପ୍ରାଚୀନଦୀ ର ଉଭୟ ପାଶ୍ୱ ରେ ରହିଛି ଶତାଧିକ କାରୁକାର୍ଯ୍ୟପୂର୍ଣ୍ଣ ପୁରାତନ ମନ୍ଦିର l ବିଭିନ୍ନ ମନ୍ଦିର ମାନଙ୍କ ରେ ଶ୍ରୀ ଗଣେଶ ପାଶ୍ୱଦେବତା ଭାବେ ପୂଜା ପାଉଥିବାବେଳେ ଏକମାତ୍ର ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନଇଗୁଆଁ ଗ୍ରାମ ରେ ଦେଖିବାକୁ ମିଳିଥାଏ ଶ୍ରୀ ଗଣେଶ ଙ୍କ ସ୍ୱତନ୍ତ୍ର ମନ୍ଦିର l ଏଠାରେ ଠାକୁର ଶ୍ରୀ ଗଜାନନ ହାତୀଶୁଣ୍ଢ ରୂପରେ ପୂଜା ପାଇ ଆସୁଛନ୍ତି l ସୂଚନା ଯୋଗ୍ୟ କି, ହାତୀଶୁଣ୍ଢ ରୂପୀ ଶ୍ରୀ ଗଣେଶ ଠାକୁର ଙ୍କୁ କେହି ପ୍ରତିଷ୍ଠା / ସ୍ଥାପନl କରିନାହାନ୍ତି l ପାତାଳଫୁଟି ଶିବଲିଙ୍ଗ ଙ୍କ ପରି ଏହା ମାଟିତଳୁ ସ୍ୱୟଂ ଫୁଟି ବାହାରିଛନ୍ତି l ଗଣେଶ ଚତୁର୍ଥୀ ଦିନ ଠାକୁର ଙ୍କ ପାଖରେ 108 ନଡ଼ିଆ ଭାଙ୍ଗି ଲଡ଼ୁ ଭୋଗ କଲେ ଭଲପାଠ ହେବାସହିତ ନିଶ୍ଚିତ ଚାକିରୀ ମିଳିଥାଏ ବୋଲି ବିଶ୍ୱାସ ରହିଛି l ଏଣୁ ଗଣେଶପୂଜl ଦିନ ଠାକୁର ଙ୍କୁ ମାନସିକ ପୂଜା କରିବାକୁ ମନ୍ଦିର ରେ ଛାତ୍ର ଛାତ୍ରୀ ଙ୍କ ଭିଡ ଜମିଥାଏ l ଆଖପାଖ ଅଂଚଳର ବହୁ ପରିବାର ସେମାନଙ୍କ ପିଲା ର ବିଦ୍ୟାରମ୍ଭ ଏଠାରେ ଠାକୁର ଙ୍କ ପାଖରେ ପୂଜାର୍ଚନା କରି ଆରମ୍ଭ କରିବା ପରମ୍ପରା ଚଳିଆସିଛି l ମାଟିତଳୁ ସ୍ୱୟଂ ବାହାରିଥିବା ଏହି ଗଣେଶ ମୂର୍ତ୍ତି ଟି ସ୍ଥାପତ୍ୟ ଦୃଷ୍ଟି କୋଣରୁ ଅନନ୍ୟ ଓ ବିରଳ ବୋଲି କୁହନ୍ତି ଗବେଷକ ତଥା ମଙ୍ଗଳା କଲେଜ ର ପୂର୍ବତନ ଅଧକ୍ଷ ଡ଼ଃ. ସନ୍ତୋଷ ମିତ୍ର l ରାଜ୍ୟ ପ୍ରତ୍ନତତ୍ତ୍ଵ ବିଭାଗ ର ପୂର୍ବତନ ଅଧକ୍ଷ ଡ଼ଃ. ପ୍ରଶାନ୍ତ କୁମାର ରାୟ ତାଙ୍କ ସର୍ଭେ ପୁସ୍ତକ “ପ୍ରାଚୀଭ୍ୟାଲି ” ରେ ଲେଖି ଛନ୍ତି ଯେ, ଏଠାରେ ପ୍ରଥମେ ଇଟାର ସୁଉଚ୍ଚ ମନ୍ଦିର ଥିଲା l କୌଣସି କାରଣ ରୁ ଏହା ଭାଙ୍ଗିଯିବାପରେ ସ୍ଥାନୀୟ ଜମିଦାର ଗ୍ରାମବାସୀ ମାନଙ୍କ ସହାୟତା ରେ ଏଠାରେ ଏବର ମନ୍ଦିର ନିର୍ମାଣ କରି ଠାକୁର ଙ୍କୁ ପୂଜାର୍ଚନା କରିଆସୁଛନ୍ତି l ଠାକୁର ଏଠାରେ ତନ୍ତ୍ରଯୁଗ ଅର୍ଥାତ ଚତୁର୍ଥ/ପଞ୍ଚମ ଶତlଦ୍ଦି ଠାରୁ ପୂଜାପାଇ ଆସୁଛନ୍ତି l ଐତିହାସିକ ସ୍ବର୍ଗତ ଏସ. ଏସ.ତ୍ରିପାଠୀ ଙ୍କ ମତରେ ଏହି ହାତୀଶୁଣ୍ଢ ରୂପୀ ଶ୍ରୀ ଗଣେଶ ଙ୍କୁ ପ୍ରଥମେ ବୌଦ୍ଧଧର୍ମlବଲମ୍ବୀ ମାନେ ପୂଜା କରୁଥିଲେ ଓ ଏଠାରେ ଏକ ବୌଦ୍ଧ ବିହାର ଥିଲା l ପଞ୍ଚଦେବତା ଉପାସନା ପ୍ରସାର ହେବାରୁ ଲୋକ ମାନେ ଏହାକୁ ଶ୍ରୀ ଗଣେଶ ଭାବେ ପୂଜା କଲେ ଓ ସେବେଠାରୁପୁଜlକରି କରିଆସୁଛନ୍ତି l