ଓଡିଶାର ଅଙ୍ଗନବାଡି କେନ୍ଦ୍ରରେ ଆନ୍ଧ୍ର ମନ୍ତ୍ରୀ ଅଣ୍ଡା ବାଣ୍ଟି ପିଲାଙ୍କୁ ପାଠ ପଢାଇଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଓଡିଶାର ଗଜପତି ଜିଲ୍ଲାରେ ଆନ୍ଧ୍ରର ଜବରଦସ୍ତି । ବର୍ତ୍ତମାନ ସୀମା ଟପିଲା । ଆନ୍ଧ୍ର ଗଜପତି ଜିଲ୍ଲାର ଗଙ୍ଗାବାଡ ପଞ୍ଚାୟତରେ ସୀମାକୁ ନେଇ ଲାଗି ରହିଥିବା ବିବାଦ ଏବେ ଉଗ୍ରରୂପ ନେଇଛି । ଓଡିଶା ମଧ୍ୟରେ ଆନ୍ଧ୍ର ଏକ ପ୍ରକାର ଆକ୍ରମଣାତ୍ମକ ଭାବେ ପ୍ରବେଶ କରି ଗଜପତିର ଅଙ୍ଗନବାଡି କେନ୍ଦ୍ରରେ ଖୋଦ ଆନ୍ଧ୍ରମନ୍ତ୍ରୀଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି । ପଡୋଶୀ ଆନ୍ଧ୍ର ଘଟଣାରୁ ପ୍ରକାଶ, ଆନ୍ଧ୍ର ଓଡିଶା ଉଭୟ ରାଜ୍ୟର ସୀମାନ୍ତରେ ଅବସ୍ଥିତ ଗଜପତିର ମାଣିକପାଟଣା ଗ୍ରାମ । ଏହି ଗ୍ରାମରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ମନ୍ତ୍ରୀ ଏବଂ ପ୍ରଶାସନିକ ଅଧିକାରୀ ପହଞ୍ôଚ ଶକ୍ତି ପ୍ରଦର୍ଶନ କରିଛନ୍ତି । ଅନ୍ୟପକ୍ଷରେ ସେମାନଙ୍କ ଉପସ୍ଥିତି ଆଗରେ ଗଜପତି ଜିଲ୍ଲା ପ୍ରଶାସନର ସ୍ଥିତି ଅସହାୟ ହୋଇପଡିଛି । କୋରାପୁଟ ଜିଲ୍ଲାର କୋଟିଆ ଭଳି ବର୍ତ୍ତମାନ ସୀମାନ୍ତରେ ଥିବା ଗଜପତି ଜିଲ୍ଲାର ମାଣିକପାଟଣା ଗ୍ରାମକୁ ନିଜ ଅକ୍ତିଆରକୁ ନେବା ପାଇଁ ଜୋରଦାର ବଳ ପ୍ରୟୋଗ କରିଛି ପଡୋଶୀ ଆନ୍ଧ୍ର । ଶହ ଶହ ଦଳିୟ କର୍ମୀ, ବହୁ ପ୍ରଶାସନିକ ଅଧିକାରୀ ସହ ନିଜେ ଆନ୍ଧ୍ର ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦମନ୍ତ୍ରୀ ଡ.ଆପାଲା ରାଜୁ ଗଜପତିର ଏହି ଗ୍ରାମରେ ଧସେଇ ପଶିଥିଲେ । ଏଠାରେ ପ୍ରବେଶ କରି ଓଡିଶାର ଗଜପତି ପ୍ରଶାସନ ଦ୍ୱାରା ପୂର୍ବରୁ ସିଲ୍ କରାଯାଇଥିବା ଅଙ୍ଗନବାଡି କେନ୍ଦ୍ରକୁ ଖୋଲିବା ସହ ପିଲାଙ୍କୁ ଅଣ୍ଡା ବାଣ୍ଟି ପାଠ ପଢାଇଥିଲେ ଆନ୍ଧ୍ରମନ୍ତ୍ରୀ । ଗଣମାଧ୍ୟରେ ପ୍ରତିକ୍ରିୟା ରଖି ଆନ୍ଧ୍ର ପ୍ରଦେଶ ସରକାରଙ୍କ ମନ୍ତ୍ରୀ କହିଛନ୍ତି, ଏହି ଅଞ୍ଚଳରେ ଓଡିଶାର କୌଣସି କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ । ଅଙ୍ଗନବାଡି କେନ୍ଦ୍ରକୁ ସିଲ୍ କରିଥିବା ଓଡିଶା ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ଘଟଣା ବାବଦରେ ଖବର ପାଇବା ପରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ନେତୃତ୍ୱରେ ଗଜପତିର ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ôଚଥିଲେ । ଏମାନଙ୍କୁ ଦେଖି ଆନ୍ଧ୍ର ସରକାରଙ୍କ ମନ୍ତ୍ରୀ ସେଠାକୁ ସଦଳେବଳେ ଫେରି ଗଜପତି ଅଧିକାରୀଙ୍କୁ ନାଲିଆଖି ଦେଖାଇ ଧମକାଇବା ସହ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ସମର୍ଥନରେ ଜୟ ଜଗନ ନାରାବାଜି ଲାଗାଇ ଓଡିଶା ଅଧିକାରୀଙ୍କୁ ପରୋକ୍ଷରେ ପରିହାସ କରିଥିଲେ । ତଥାପି ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ମନ୍ତ୍ରୀଙ୍କ ଏଭଳି ଆଚରଣକୁ ଖାତିର ନ କରି ଉଚିତ ଜବାବ ପ୍ରଦାନ କରି କହିଥିଲେ ଓଡିଶାର ଗଜପତି ଜିଲ୍ଲାର ଗ୍ରାମରେ ଏଭଳି ଜବରଦସ୍ତି ପ୍ରବେଶ ଓ ବେଆଇନ କାର୍ଯ୍ୟକ୍ରମ କରିବା ଅନୁଚିତ । ତାହା ପୁଣି ଅନ୍ଧ୍ରର ଜଣେ ମନ୍ତ୍ରୀଙ୍କ ଉପସ୍ଥିତିରେ ଏଭଳି ଘଟଣା ଶୋଭନୀୟ ନୁହେଁ । ଏ ନେଇ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି, ଆନ୍ଧ୍ରର ଏଭଳି ବେନିୟମ କାର୍ଯ୍ୟ ବିରୁଦ୍ଧରେ ତୁରନ୍ତ ଉଚିତ ପଦକ୍ଷେପ ଗ୍ରହଣ କରାଯିବ । ଆନ୍ଧ୍ର ଓଡିଶା ଉଭୟ ରାଜ୍ୟ ମଧ୍ୟରେ ଚାଲିଥିବା ଲଢେଇ କାରଣରୁ ବଳିପଟୁଛନ୍ତି ସୀମାନ୍ତ ଅଞ୍ଚଳବାସିନ୍ଦା । ସେମାନେ ଏହାର ଏକ ସ୍ଥାୟୀ ସମାଧାନ ଚାହୁଁଛନ୍ତି । ଉଭୟ ସରକାର ମିଳିତ ଭାବେ ଆପୋଷ ବୁଝାମଣା କରି ଏହି ବିବାଦର ସମାଧାନ କରିବା ଆବଶ୍ୟକ । ସୀମା ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଗୋଟିଏପଟେ କହିବାକୁ ଗଲେ ସେମାନେ ଓଡିଶାରେ ଜବରଦସ୍ତି ପ୍ରବେଶ କରି ବିଭିନ୍ନ ବେନିୟମ କାର୍ଯ୍ୟ କରିବା ସହ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଜଗନଙ୍କ ଉଦ୍ଦେଶ୍ୟରେ ଜୟଗାନ କରୁଥିବା ବେଳେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ବିଭିନ୍ନ ବିଜ୍ଞାପନ ମାଧ୍ୟମରେ ନିଜର ଜୟଗାନ ନିଜେ କରିଚାଲିଛନ୍ତି । ବାସ୍ତବରେ ଏପରି ଜଟିଳ ସମସ୍ୟା ଥିବା ସ୍ଥାନକୁ କୌଣସି ଉଚ୍ଚପଦସ୍ତ ଅଧିକାରୀ କିିମ୍ବା କୌଣସି ମନ୍ତ୍ରୀଙ୍କୁ ଆଲୋଚନା ପାଇଁ ପଠାଉ ନାହାନ୍ତି କାହିଁକି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ