ନୂଆଖାଇ

ରଚନା ଲବଣେଶ୍ୱର ବାରିକ
କାଶିପଲ, ଖଡ଼ିଆଳ

ଭାରତବର୍ଷ ହେଉଛି କୃଷିପ୍ରଧାନ ଦେଶ । ଭାରତରେ ପ୍ରାୟ ୮୦% କୃଷକ ଶ୍ରେଣୀର ବାସିନ୍ଦା ବାସ କରନ୍ତି । ଏମାନଙ୍କର ଜୀବିକା ଚାଷକାମ । କୃଷକର ମୁଖ୍ୟ ଫସଲ ଧାନ, ଏହାବ୍ୟତୀତ ଗହମ, ମକା, ବାଜରା, ମାଣ୍ଡିଆ, ଶୁଆଁ, ଗୁରଜୀ ସହିତ ତୈଳବୀଜ ଓ ପନିପରିବା ଚାଷ କରିବା ସଙ୍ଗେ ଫଳ ଫୁଲ ବୃକ୍ଷ ଲଗାଇଥାଏ ।
ଭାରତୀୟ ସଂସ୍କୃତି ସଭ୍ୟତା ଅନୁସାରେ ଏବଂ ବୈତିକ ହିନ୍ଦୁ ଧର୍ମାନୁସାରେ କୃଷକ ଯେଉଁ ଫସଲ ଉତ୍ପନ୍ନ କରେ, ଉତ୍ପାଦିଦ ଫସଲକୁ ପ୍ରଥମେ ଭଗବାନ (ଇଷ୍ଟଦେବୀ)ଙ୍କୁ ଅର୍ପଣ କଲା ପରେ ନିଜେ ବା ପରିବାର ଗ୍ରହଣ କରିଥାନ୍ତି । ତେଣୁ ସମର୍ପଣ ପୂଜା ଆରାଧନା ପାଇଁ ଗୋଟିିଏ ଶୁଭଦିନ ନିର୍ଣ୍ଣୟ କରାଯାଏ । ବର୍ତ୍ତମାନ ଓଡ଼ିଶା ସରକାରଙ୍କ ଅନୁମୋଦନ କ୍ରମେ ଭାଦ୍ରବ ମାସ ଶୁକ୍ଲପକ୍ଷ ପଞ୍ଚମୀ ଦିନକୁ ସ୍ଥିର କରି ପ୍ରାୟ ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାବାସୀ ଉକ୍ତ ଦିନରେ ନୂଆ ଖାଇ ପର୍ବ ପାଳନ କରନ୍ତି ।
ଏହି ପର୍ବରେ ନୂଆ ଧାନର ଚୂଡ଼ା ପ୍ରସ୍ତୁତ କରିବା ମୁଖ୍ୟ । ଏହା ସହ ପିଠାପଣା, ଖିରି ପୁରୀ ନାନା ପ୍ରକାରର ବ୍ୟଞ୍ଜନ ତିଆରି ହୁଏ । ଶେଷ ଲଗ୍ନରେ ପୂଜା ପରେ ପରିବାରର ସମସ୍ତେ ଏକତ୍ର ଭୋଜନ କରି ବୟୋଜ୍ୟେଷ୍ଠ, ଦେବୀଙ୍କୁ ମୁଣ୍ଡିଆ ମରାଯାଏ । ନିଜର ସ୍ୱଜନମାନଙ୍କୁ ନୂତନ ଲୁଗାପଟା, ଜିନିଷପତ୍ର ଆଦାନ ପ୍ରଦାନ କରିଥାନ୍ତି । ଯଦି କୌଣସି କାରଣରୁ ମନ ଦୁଃଖ ଥିଲେ ସବୁ ପାଶୋରୀ ଯାଇ ନୂଆ ଖାଇ ଦିନ ଜୁହାର ହୋଇ ଭୁଲିଯାଆନ୍ତି । ଗୋଟିଏ ପ୍ରଥା ଅଛି ପ୍ରାୟ ସବୁ ଜାତିରେ ନୂଆ ଖାଇସାରିଲା ପରେ ନୂତନ ବିବାହିତମାନେ ଶଶୁର ଘରକୁ ନୂଆ ଖାଇ ଜୁହାର ଯାଇଥାନ୍ତି । ଜୋଇଁ ଫେରିବା ବେଳକୁ ଶ୍ୱଶୁରଘର ତରଫରୁ ଏବଂ ସ୍ୱଜନ ମାନେ ଜୋଇଁକୁ ଲୁଗାପଟା ଦେଇ ସସମ୍ମାନେ ବିଦାୟ ଦେଇଥାନ୍ତି ଏବଂ ନୂତନ ଜୋଇଁଙ୍କୁ ଯଥାଯଥ ସମ୍ମାନ ଦିଅନ୍ତି ।ପ୍ରଥମେ ଭଗବାନ (ଇଷ୍ଟଦେବାଦେବୀ)ଙ୍କୁ ଅର୍ପଣ କଲାପରେ ନିଜେ ବା ପରିବାର ଗ୍ରହଣ କରିଥାନ୍ତି । ତେଣୁ ସମର୍ପଣ ପୂଜା ଆରାଧନା ପାଇଁ ଗୋଟିଏ ଶୁଭଦିନ ନିର୍ଣ୍ଣୟ କରାଯାଏ । ବର୍ତ୍ତମାନ ଓଡ଼ିଶା ସରକାରଙ୍କ ଅନୁମୋଦନ କ୍ରମେ ଭାଦ୍ରବ ମାସ ଶୁକ୍ଲପଧ ପଞ୍ଚମୀ ଦିନ ସ୍ଥିର କରି ପ୍ରାୟ ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାବାସୀ ଉକ୍ତ ଦିନକୁ ନୂଆ ଖାଇ ପର୍ବ ପାଳନ କରିଥାନ୍ତି । ଏହି ପର୍ବରେ ନୂଆଧାନର ଚୂଡ଼ା ପ୍ରସ୍ତୁତ କରିବା ସହ ପିଠାପଣା, ଖିରି ପୁରୀ ନାନା ପ୍ରକାରର ବ୍ୟଞ୍ଜନ ତିଆରି ହୁଏ । ଶେଷ ଲଗ୍ନରେ ପୂଜା ପରେ ପରିବାରର ସମସ୍ତେ ଏକତ୍ର ଭୋଜନ କରି ବୟୋଜ୍ୟେଷ୍ଠ, ଦେବୀଙ୍କୁ ମୁଣ୍ଡିଆ ମରାଯାଏ । ନିଜର ସ୍ୱଜନମାନଙ୍କୁ ନୂତନ ଲୁଗାପଟା, ଜିନିଷପତ୍ର ଆଦାନ ପ୍ରଦାନ କରିଥାନ୍ତି । ଯଦି କୌଣସି କାରଣରୁ ମନ ଦୁଃଖ ଥିଲେ ସବୁ ପାଶୋରୀ ଯାଇ ନୂଆ ଖାଇ ଦିନ ଜୁହାର ହୋଇ ଭୁଲିଯାଆନ୍ତି । ଗୋଟିଏ ପ୍ରଥା ଅଛି ପ୍ରାୟ ସବୁ ଜାତିରେ ନୂଆ ଖାଇସାରିଲା ପରେ ନୂତନ ବିବାହିତମାନେ ଶଶୁର ଘରକୁ ନୂଆ ଖାଇ ଜୁହାର ଯାଇଥାନ୍ତି । ଜୋଇଁ ଫେରିବା ବେଳକୁ ଶ୍ୱଶୁରଘର ତରଫରୁ ଏବଂ ସ୍ୱଜନ ମାନେ ଜୋଇଁକୁ ଲୁଗାପଟା ଦେଇ ସସମ୍ମାନେ ବିଦାୟ ଦେଇଥାନ୍ତି ଏବଂ ନୂତନ ଜୋଇଁଙ୍କୁ ଯଥାଯଥ ସମ୍ମାନ ଦିଅନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ