ଓସ୍ତପତ୍ରରେ ବିଘ୍ନ ବିନାଶକ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ବିଦ୍ୟାଦେବତା ବିଘ୍ନ ବିନାଶକଙ୍କୁ ଓସ୍ତପତ୍ରରେ ସ୍ଥାପନ କରି ନିଷ୍ଠାପର ସହ ଆବହନ କରିଛନ୍ତି ୭ ବର୍ଷର ଶିଶୁପୁତ୍ର ଶାନ୍ତନୁ ଶାନ୍ତିସ୍ୱରୂପ । କରୋନା ପାଇଁ ଶିକ୍ଷାନୁଷ୍ଠାନ, ମଣ୍ଡପ ଆଦିରେ ଶ୍ରୀ ଗଣେଶଙ୍କ ସାର୍ବଜନୀନ ପୂଜାର୍ଚ୍ଚନା ବନ୍ଦ । କିନ୍ତୁ ଶାନ୍ତନୁ ଏଥିରେ ନିରାଶ ନହୋଇ ଅଶ୍ୱତ୍‌ଥ ଗଛର ପତ୍ର ଯୋଗାଡ଼ କରି ଏକ ରଙ୍ଗୀନ କାଗଜରେ ତାହାକୁ ଶ୍ରୀଗଣେଶଙ୍କ ପ୍ରତିଛବି ରୂପେ ସଜାଇଛନ୍ତି । ବିଘ୍ନ ବିନାଶକଙ୍କୁ ସିନ୍ଦୁର, ଚନ୍ଦନ ଓ ପୁଷ୍ପ ଦେଇ ପୂଜାର୍ଚ୍ଚନା କରି ଗଣେଶକୁ ଘରେ ରହି ଆରାଧନା କରିଛନ୍ତି ଏବଂ ନିଜ ଅନ୍ତର୍ନିିହିତ କଳାର ପରିଚୟ ଦେଇଛନ୍ତି । ଅଶ୍ୱତ୍‌ଥ ପତ୍ରରେ ଗଜାନନଙ୍କୁ ତିଆରି କରି ଏ ସମ୍ପର୍କରେ ଶାନ୍ତନୁ କୁହନ୍ତି ଏହି ବୃକ୍ଷ ସର୍ବାଧିକ ଅମ୍ଲଜାନ ପ୍ରଦାନ କରିଥାନ୍ତି । ବାୟୁମଣ୍ଡଳକୁ ପ୍ରଦୂଷଣ ରଖିବା ଦିଗରେ ଓସ୍ତଗଛର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ସମ୍ପ୍ରତି ପରିବେଶ ସୁରକ୍ଷା ଲାଗି ଏହି ଗଛର ଯଥେଷ୍ଟ ଆବଶ୍ୟକତା ରହିଛି । ସୂଚନାଯୋଗ୍ୟ, ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରେ ରହୁଥିବା ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁଙ୍କ ପୁତ୍ର ହେଉଛନ୍ତି ଶାନ୍ତନୁ । ଏସବୁ ପାଇଁ ତାଙ୍କ ମା’ ଅନସୂୟା ଓ ପିତା ପ୍ରେରଣା ସାଜିଛନ୍ତି ବୋଲି ଶାନ୍ତନୁ କୁହନ୍ତି । ଏହି ପବିତ୍ର ତିଥିରେ ଗୋଟିଏ ଲେଖାଏଁ ଅଶ୍ୱତ୍‌ଥ ଗଛ ବିଦ୍ୟାଦାତାଙ୍କ ଉଦ୍ଦେଶ୍ୟରେ ବିଦ୍ୟାର୍ଥୀମାନେ ଲଗାଇବା ପାଇଁ ସଂକଳ୍ପ ନିଅନ୍ତୁ ବୋଲି ଶାନ୍ତନୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ