ଘଟଗାଁ ବ୍ଲକ ଯାଦବ ସମିତି ତରଫରୁ ମାନସିକ ରୋଗୀଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା

ଘଟଗାଁ,(ନାରାୟଣ ପଲେଇ): ଘଟଗାଁ ବ୍ଲକ ଅନ୍ତର୍ଗତ ଧାଙ୍ଗଡଡିହା ଗ୍ରାମ ର ସ୍ୱର୍ଗତ ଇନ୍ଦ୍ରମଣି ମହାକୁଡଙ୍କ କନିଷ୍ଠ ପୁତ୍ର ସୁମନ୍ତ ମହାକୁଡ଼ ଙ୍କ ମାନସିକ ରୋଗ ଚିକିତ୍ସା ପାଇଁ ଘଟଗାଁ ବ୍ଲକ ଯାଦବ ସମିତି ତରଫରୁ ବାର ହଜାର ଟଙ୍କା ର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସ୍ୱର୍ଗତ ମହାକୁଡ଼ ଙ୍କ ଘରେ ପହଞ୍ଚି ଘଟଗାଁ ବ୍ଲକ ଯାଦବ ସମିତି ସଭାପତି ସୂର୍ଯ୍ୟମଣି ବାରିକ୍, ସମ୍ପାଦକ ରୋହିତ ବେହେରା, ଜିଲ୍ଲା ଯୁବଯାଦବ ସଭାପତି ଦାରୁବ୍ରହ୍ମ ପଲେଇ,ସଙ୍ଗଠନ ସମ୍ପାଦକ ମକରଧ୍ବଜ ବେହେରା ଉକ୍ତ ଅର୍ଥ ରାଶି ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମ ର ବରିଷ୍ଠ ନାଗରିକ ଅନ୍ତର୍ଯ୍ୟାମୀ ମହାକୁଡ଼, ଦୁର୍ଲଭ ମହାକୁଡ଼, ହୃଦାନନ୍ଦ ମହାକୁଡ଼, ଡମ୍ବରୁଧର ବାରିକ୍, ଯତୀନ୍ଦ୍ର ମହାକୁଡ଼, ଶ୍ରୀବତ୍ସ ମହାକୁଡ଼, କୃଷ୍ଣ ଚନ୍ଦ୍ର ମହାକୁଡ଼ ପ୍ରମୁଖ ଉପସ୍ଥିତ ରହି ସୁମନ୍ତ ଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ସୁମନ୍ତ ଙ୍କ ଚିକିତ୍ସା ପାଇଁ ଝାଡ଼ଖଣ୍ଡ ରାଜ୍ୟର ରାଞ୍ଚିରେ ଥିବା ମେଣ୍ଟାଲ ହସ୍ପିଟାଲରେ ଯୋଗାଯୋଗ କରାଯାଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ