ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳ-ବରୀ ସଂଯୋଗ ରାସ୍ତା ଶୋଚନୀୟ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ଗ୍ରାମପଞ୍ଚାୟତର ଦାମୋଦର ପାଟଣା ଠାରୁ ବିଦ୍ରୁପା ସଂଯୋଗକାରୀ ମାତ୍ର ୪ଶହ ମିଟର ରାସ୍ତା ଦୀର୍ଘଦିନ ହେବ ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କ ଅଣଦେଖା ଯୋଗୁଁ ଶୋଚନୀୟ ହୋଇପଡିଛି । ଏହି ଅଣଓସାରିଆ ରାସ୍ତା ଖାଲଖମା ଏବଂ କାଦୁଅରେ ପରିପୂର୍ଣ ହୋଇପଡିଛି । ଏହି ରାସ୍ତା କେନ୍ଦ୍ରାପଡା ଜିଲ୍ଲାକୁ ଯାଜପୁର ଜିଲ୍ଲା ସହିତ ମୁଖ୍ୟ ସଂଯୋଗକାରୀ ରାସ୍ତା ଭାବେ ବ୍ୟବହୃତ ହୋଇଥାଏ । ବିଗତ ୧୦ବର୍ଷ ଧରି ଏହି ରାସ୍ତାର ନିର୍ମାଣ ନିମନ୍ତେ ଦାବି ହୋଇ ଆସୁଥିଲେ ମଧ୍ୟ ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ।ଏଣୁ ଅଞ୍ଚଳବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଏହି ରାସ୍ତାର ତୁରନ୍ତ ନିର୍ମାଣ ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି । ସରପଞ୍ଚ ରମେଶ ଦାସ, ସମିତିସଭ୍ୟା ନମିତା ଦାସ, ସୂଚନା ଅଧିକାର କର୍ମୀ ନରେନ୍ଦ୍ର ଧଳ, ଜିଲ୍ଲା ପରିଷଦ ସଭ୍ୟ ନାରଦ ଚନ୍ଦ୍ର ବିଶ୍ୱାଳ, ସାମାଜିକକର୍ମୀ ଗଗନ ମାହାଳିକ, ବିଜେଡି କର୍ମୀ ରବୀନ୍ଦ୍ର ପରିଡା, ଶିକ୍ଷାବିତ ପ୍ରଫେସର ଦେବ ପ୍ରସାଦ ସାମଲ, ସମବାୟବିତ ଚିତ୍ତ ମଲ୍ଲିକ, ତରଡିପାଳ ସରପଞ୍ଚ ପ୍ରିୟଦର୍ଶିନୀ ତରାଇ, ପୂର୍ବତନ ପେଣ୍ଠପାଳ ସରପଞ୍ଚ କୈଳାସ ସେଠୀ, ଧନେଶ୍ୱର ପ୍ରଧାନ, ଅଣ୍ଡରା ସରପଞ୍ଚ ଅନ୍ନପୂର୍ଣ୍ଣା ମଲ୍ଲିକ, ଅମୃତମଣୋହୀ ସରପଞ୍ଚ କୁଳମଣୀ ମଳିକ, ବଲୁରିଆ ସରପଞ୍ଚ ରତିକାନ୍ତ ସାହାଣୀ, ସମିତିସଭ୍ୟା ମନୋରମା ଭୂୟାଁ, ଅଧ୍ୟାପକ ଅଶୋକ ନାୟକ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ସେହି ରାସ୍ତାକୁ ଅବିଳମ୍ବେ ସ୍ଥାୟୀ ରାସ୍ତାରେ ପରିଣତ କରିବାକୁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ