ଲଗାଣବର୍ଷା ରେ ହଜାର ହଜାର ଏକର ଚାଷଜମି ଜଳମଗ୍ନ

ନିମାପଡା, (ସନ୍ତୋଷ ଦାଶ):ଲଘୁଚାପ ପ୍ରଭାବ ରେ ପ୍ରବଳ ବର୍ଷା ହେବା ଫଳରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଂଚଳ ସମ୍ପୂର୍ଣ ଜଳମଗ୍ନ ହୋଇପଡିଛି l ଭଉଁରିଆ ନଦୀ ରେ କଲଭଟ ତିଆରି ହୋଇନଥିବାରୁ ହାଡ଼ିଆ ଜୋର ର ପାଣି ନଦୀକୁ ନିଷ୍କାସନ ହୋଇପାରୁନାହିଁ l ଫଳରେ ନିକଟସ୍ଥ ବେଗୁନିଆଁବସ୍ତ,ବରପଦା, କରଞ୍ଜପୁର,ଗୋପାଳପୁର, ପାଟଣା, ଆଳଙ୍ଗପୁର, ଡେରୁଣିଆଁ, ଅଠତିରl,ବରlଙ୍ଗ ପ୍ରଭୃତି ପ୍ରାୟ ୯ ଟି ଗ୍ରାମ ରହଜାର ହଜାର ଏକର ଚାଷ ଜମି ରେ ପାଣି ଠିଆ ହୋଇ ରହିଛି l ଚାଷ ଜମି ଗୁଡିକ ରେ ବର୍ଷା ପାଣି ୮ ରୁ ୧୦ ଫୁଟ ଉଚ୍ଚତା ରେ ଲହଡି ଭାଙ୍ଗୁଛି l ଲଘୁଚାପ ବର୍ଷା ଲାଗିରହିଛି l ଏଣୁ ଚାଷ କରାଯାଇଥିବା ଧାନ ଚାଷ ସବୁ ନଷ୍ଟ ହୋଇଯିବାକୁ ବସିଥିବାରୁ ଚାଷୀ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି l ପୂର୍ବରୁ ଭଉଁରିଆ ନଦୀବନ୍ଧ ର ପ୍ଲଟ ନଂ ୪୦୬୮ ରେ ଏକ ସୋଠ ଥିଲା l ବର୍ଷା ଋତୁ ରେ ଉପରୋକ୍ତ ଗ୍ରାମ ର ଚାଷ ଜମି ରୁ ବର୍ଷା ପାଣି ଆସି ହାଡ଼ିଆ ଜୋର ଦେଇ ଏହି ସୋଠ ବାଟେ ଭଉଁରିଆ ନଦୀ କୁ ନିଷ୍କାସନ ହୋଇଯାଉଥିଲା ବୋଲି କହିଛନ୍ତି ବରିଷ୍ଠ ଚାଷୀ ଶଙ୍କର ପ୍ରସାଦ ସ୍ୱାଇଁ l ଗତ କିଛି ବର୍ଷ ହେବ କାକଟପୁର ଜଳସେଚନ ବିଭାଗ ପକ୍ଷରୁ ଉକୁଳେଇ — ପୁଇ ଚାନ୍ଦୀଆ ନଦୀବନ୍ଧ କୁ ସୁଦୃଢ଼ୀକରଣ କରାଯିବା କାର୍ଯ୍ୟ ଆରମ୍ଭ ହୋଇଛି l ଫଳରେ ନଦୀବନ୍ଧ ରେ ଥିବା ସୋଠ ଟି ମାଟିରେ ପୋତି ହୋଇପଡି ନିଶ୍ଚିର୍ଣ୍ଣ ହୋଇଯାଇଛି l ଗ୍ରାମବାସୀ ମାନେ ନଦୀବନ୍ଧ ରେ ପୂର୍ବ ସ୍ଥାନ ରେ କଲଭଟ ଟିଏ ନିର୍ମାଣ କରିବାକୁ ଅସ୍ତରଙ୍ଗ ତହସିଲଦାର ଓ କାକଟପୁର ସ୍ଥିତ ଜଳସେଚନ ଉପଖଣ୍ଡ ଅଧିକାରୀ ଙ୍କ ନିକଟରେ ବାରମ୍ବାର ଲିଖିତଭାବେ ଦାବି କରି ଆସୁଥିଲେ ମଧ୍ୟ କେହି ଏଥିପ୍ରତି ଦୃଷ୍ଟିପାତ କରୁନାହାନ୍ତି l ନଦୀବନ୍ଧ ରେ କଲଭଟ ନିର୍ମାଣ କରିବାକୁ ଉପରୋକ୍ତ ଗ୍ରାମର ଗ୍ରାମବାସୀ ମାନେ ଦାବି କରିଛନ୍ତି l ନଚେତ ସେମାନେ ବାଧ୍ୟହୋଇ ଆନ୍ଦୋଳନ କରିବାକୁ ରାଜରାସ୍ତା କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ