ଲଗାଣ ବର୍ଷାରେ ଘରକୁ ଘର ବୁଲି ଜଳବନ୍ଦୀଙ୍କୁ ଉଦ୍ଧାର କଲେ ବିଧାୟକ

ଜଗତସିଂହପୁର (ଅନସୂୟା ରାଉତ) :ଜଗତସିଂହପୁର ଜିଲ୍ଲାରେ ଲଗାତାର ଚାରିଦିନ ହେଲା ଲଗାଣ ବର୍ଷା ଲାଗି ରହିଛି। ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ଓ ପୌରପରିଷଦ ଅଞ୍ଚଳରେ ରହୁଥିବା ଲୋକମାନେ ଜଳବନ୍ଦୀ ଭାବେ ଦୁଇ ତିନି ହେବ ଭୋକ ଉପାସରେ ରହିଥିବା ସୂଚନା ପାଇ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି ଆଜି ବିଭିନ୍ନ ଅଞ୍ଚଳରେ ପହଞ୍ଚି ଥିଲେ।ଜଳ ଘେରରେ ଥିବା ଲୋକ ମାନଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ। କାହାକୁ ଶୁଖିଲା ଖାଦ୍ୟ ତ କାହାକୁ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ନିଜେ ବର୍ଷାକୁ ଖାତିର ନ କରି ଦିନ ତମାମ ଲୋକ ମାନଙ୍କୁ ସ୍ଥାନାନ୍ତରିତ କରିଥିଲେ। ମାନ୍ୟବର ବିଧାୟକଙ୍କ ଏହି କାର୍ଯ୍ୟକୁ ସବୁମହଲରେ ସଭିଏ ସାଧୁବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ