ଭୁବନେଶ୍ୱର ଉପଜିଲ୍ଲାପାଳ ଏବଂ ତହସିଲଦାର କାର୍ଯ୍ୟାଳୟ ଦୁଇ ଦିନ ପାଇଁ ବନ୍ଦ
ଭୁବନେଶ୍ୱର:ଭୁବନେଶ୍ୱର ଉପଜିଲ୍ଲାପାଳ ଏବଂ ତହସିଲଦାରଙ୍କ କାର୍ୟ୍ୟାଳୟରେ କେତେକ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କାର୍ୟ୍ୟାଳୟକୁ ଦୁଇ ଦିନ ପାଇଁ ବନ୍ଦ କରାଯାଇଥିବା ନେଇ ବିଏମସି ସୂଚନା ଦେଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଉଭୟ ସରକାରୀ କାର୍ଯ୍ୟାଳୟକୁ ଦୁଇ ଦିନ ଅର୍ଥାତ୍ ସେପ୍ଟେମ୍ବର ୧୭ ଏବଂ ୧୮ ତାରିଖ ସିଲ୍ କରାଯାଇଛି ବୋଲି ବିଏମସି ପକ୍ଷରୁ କୁହାଯାଇଛି।ବିଏମସି ନିମ୍ନଲିଖିତ ସର୍ତ୍ତ ସହିତ ଏହି ନିର୍ଦ୍ଦେଶ ଜାରି କରିଛି। ଉଭୟ ସରକାରୀ କାର୍ଯ୍ୟାଳୟର ପରିସର ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରି ସମ୍ପୃକ୍ତ ମୁଖ୍ୟଙ୍କ ଦ୍ବାରା ତୁରନ୍ତ ଶୋଧନ କରାଯିବ।ସଂକ୍ରମିତ ଲୋକଙ୍କୁ ନିଜ ନିଜ ଘରେ ଅଲଗା ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।


