ନ୍ୟାୟ ପାଇଁ ରାସ୍ତାରେ ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ:ଦିଲ୍ଲୀର ତିସ୍ ହଜାରୀ କୋର୍ଟ ବାହାରେ ଶନିବାର ଉଭୟ ପୋଲିସ ଓ ଓକିଲ ମୁହାଁମୁହିଁ ବେଳେ ମଙ୍ଗଳବାର ଏହା ଭିନ୍ନ ମୋଡ ନେଇଛି । ଗତ ତିନି ଦିନ ଧରି ଦେଶରେ ଓକିଲ ମାନଙ୍କ ଏହି ଭଳି ଘଟଣାକୁ ନିନ୍ଦା କରାଯାଉଥିବା ବେଳେ ବର୍ତ୍ତମାନ ପୋଲିସ ତରଫରୁ କଳାପଟି ବାନ୍ଧି ଦିଲ୍ଲୀ ପୋଲିସ ମୁଖ୍ୟାଳୟ ସାମ୍ନାରେ ନ୍ୟାୟ ପାଇଁ ଭିକ୍ଷା କରିଛନ୍ତି । ପୋଲିସ ମାନଙ୍କ କହିବାନୁଯାୟୀ ପୋଲିସ ହେଲେ ମଧ୍ୟ ଆମେ ଜଣେ ମଣିଷ ।ଆମର ବି ସ୍ତ୍ରୀ ,ବାପା ,ମା ,ପୁଅ , ଝିଅ ସମସ୍ତେ ଅଛନ୍ତି । କିନ୍ତୁ ପୋଲିସ ମାନେ ବିଭିନ୍ନ ସମୟରେ ଆକ୍ରମଣର ଶୀକାର ହୋଇ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ କାର୍ଯ୍ୟକରୁଛନ୍ତି ।ଏହା ସହ ସେମାନେ ଅଭିଯୋଗ କରିଛନ୍ତି ସେମାନଙ୍କ ପାଇଁ ମାନବାଧିକାର ନାହିଁକି ବୋଲି ପ୍ରଶ୍ନ କରିଥିଲେ । ଯଦି ପୋଲିସ କମିଶନର ନ୍ୟାୟ ଦେବାରେ ବିଫଳ ତେବେ ଆଗାମୀ ଦିନରେ ଗୃହମନ୍ତ୍ରାଳୟ ନିକଟରେ ଶାନ୍ତି ପୁର୍ଣ୍ଣ ଭାବେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ