ମହିଳାମାନଙ୍କ ଭରସା ‘ନୟିଦିଶା’

ଭୁବନେଶ୍ୱର, (ୱାଇଏନ୍‍ଏସ୍‍): ଆଜି ସାଲିଆସାହି ବସ୍ତିରେ ଗରିବ ଅସହାୟ ମହିଳାମାନଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ‘ନୟିଦିଶା’ ସଂଗଠନ ତରଫରୁ ଏକ ଅଭିନବ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁଳ ମାତ୍ରାରେ ମହିଳାମାନେ ଅଂଶଗ୍ରହଣ କରି ଆଗାମୀ ଦିନରେ ରୋଜଗାର କରି ସ୍ୱାବଲମ୍ବୀ ହେବା ପାଇଁ ଇଚ୍ଛାପ୍ରକାଶ କରିଥିଲେ । ନୟିଦିଶାର ମୁଖ୍ୟ ପରିଚାଳିକା ଶ୍ରୀମତୀ ସସ୍ମିତା ମିଶ୍ର ଗରିବ ମହିଳାମାନଙ୍କୁ ଧୂପକାଠି ମେସିନ୍ ଓ ଫିନାଇଲ ତିଆରି ମେସିନ୍ ପ୍ରଦାନ କରିଥିଲେ । ମହିଳାମାନେ ସମ୍ମାନର ସହିତ ଯେପରି ନିଜେ ରୋଜଗାର କରି ସ୍ୱାବଲମ୍ବୀ ହେବେ ଏବଂ ଭଲରେ ଚଳିପାରିବେ ତଥା ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ବଜାର ସୁବିଧା ପାଇଁ ଉପଯୁକ୍ତ ତାଲିମ୍ ଦିଆଯାଇଥିଲା । ନୟିଦିଶା ତରଫରୁ ଏଭଳି ଅଭିନବ ପ୍ରୟାସକୁ ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ମହିଳାମାନଙ୍କୁ ମଧ୍ୟ ନଇଦିଶା ତରଫରୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନୟିଦିଶାର ମୁଖ୍ୟ ପରିଚାଳିକା ସସ୍ମିତା ମିଶ୍ର ଏଭଳି ଅନେକ ରୋଜଗାରଭିତ୍ତି କାର୍ଯ୍ୟକ୍ରମରେ ବହୁ ମହିଳାମାନଙ୍କୁ ଆଗାମୀ ଦିନରେ ସାମିଲ କରାଯିବ ବୋଲି ଚିନ୍ତା କରାଯାଇଥିବା ପ୍ରକାଶ କରିଥିଲେ ଏବଂ ତାଙ୍କୁ ତାଙ୍କର ସହକର୍ମୀ ଭାରତୀ ଗୁପ୍ତା, ସସ୍ମିତା ମହାପାତ୍ର, ମୀନାରାଣି ଦିଣ୍ଡା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ