ଗୁଳି କରି ତେଜରାତି ଦୋକାନୀଙ୍କୁ ହତ୍ୟା ଘଟଣା, ବନ୍ଧା ହେଲେ ଫାଷ୍ଟ୍ଫୁଡ୍ ଦୋକାନୀ :ଦେଶୀ ବନ୍ଧୁକ ଜବତ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନାର ବରଖମା ଫାଣ୍ଡି ଅନ୍ତର୍ଗତ ରେବିଙ୍ଗିଆରେ ଗୁଳିକାଣ୍ଡ ଘଟଣାରେ ବାଲିଗୁଡ଼ା ପୁଲିସ ଜଣେ ଅଭିଯୁକ୍ତ ଭୀମ ବେହେରାକୁ ଗିରଫ କରି ତା’ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ମଧ୍ୟ ଜବତ କରିଛି। ଏହି ଗୁଳିକାଣ୍ଡ ଘଟଣାରେ ତେଜରାତି ବ୍ୟବସାୟୀ ନବଘନ ସାହୁଙ୍କର ମୃତ୍ୟୁ ଘଟିଥିଲା।ମିଳିଥିବା ସୂଚନା ଅନୁସାରେ, ନବଘନଙ୍କର ଏକ ତେଜରାତି ଦୋକାନ ଥିଲା। ସେହିପରି ଭୀମ ଏକ ଫାଷ୍ଟଫୁଡ୍ ଦୋକାନ ଚଲାଉଥିଲେ। ଗତ ୧୬ ତାରିଖ ସକାଳେ କୌଣସି କଥାକୁ ନେଇ ନବଘନ ଓ ଭୀମଙ୍କ ମଧ୍ୟରେ ବଚସା ହୋଇଥିଲା। ଏନେଇ ନବଘନଙ୍କ ଉପରେ ରାଗି ଯାଇଥିଲେ ଭୀମ। ସେହିଦିନ ରାତିରେ ନବଘନ ଘର ସାମ୍ନାରେ ବସିଥିବା ବେଳେ ଭୀମ ଏକ ଦେଶୀ ବନ୍ଧୁକରୁ ଗୁଳି କରି ତାଙ୍କୁ ହତ୍ୟା କରିଥିଲେ। ଏହା ପରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏ ନେଇ ନବଘନଙ୍କ ସ୍ତ୍ରୀ ପ୍ରତିମା ସାହୁ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରୀ ରଖି ଭୀମକୁ ଗିରଫ କରିଥିଲା। ବାଲିଗୁଡା ଥାନା କେଶ ନଂ.୧୬୬/୨୧ ପ୍ରକାରେଏକ ମକଦ୍ଦମା ରୁଜୁ କରି ଏହି ଘଟଣାରେ ଆଉ କାହାର ସଂପୃକ୍ତି ରହିଛି ନା ନାହିଁ, ତାହା ଜାଣିବା ପାଇଁ ପୁଲିସ୍ ଅଧିକ ତଦନ୍ତ ଚଳାଇଛନ୍ତି।


