ପରମ୍ପରା ନାମରେ ଆରମ୍ଭ ହେଲାଣି ଜୁଆଖେଳର ଆସର : ଜୁଆ ଆଡ୍ଡା ଉପରେ ପୁଲିସ ପ୍ରଶାସନ ରଖିଛି ତୀକ୍ଷଣ ନଜର

ହିଞ୍ଜିଳିକାଟୁ,   (ଶେଷଦେବ ସାହୁ) : ଗଣେଶ ପୂଜା ଠାରୁ ଆରମ୍ଭ ହେଉଛି ପାର୍ବଣର ମାହୋଲ । ପାଖେଇ ଆସୁଛି ଗଞ୍ଜାମ ଜିଲ୍ଲାର ଅନ୍ୟତମ ଶ୍ରେଷ୍ଠ ପର୍ବ ଜଗତଜନନୀ ମା’ ଦୁର୍ଗାପୂଜା ଓ କୂମାର ପୁର୍ଣ୍ଣିମା । ଏହି ପର୍ବରେ ପରମ୍ପରା ନାମରେ ଚାଲୁଛି ଜୁଆ ଖେଳର ଆସର । ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳରେ ଲୁଚାଛପାରେ ଚାଲିଛି ଜୁଆ ଖେଳର ଆସର । ଜୁଆଖେଳରେ ଚାଲିଛି ଲକ୍ଷ ଳକ୍ଷ ଟଙ୍କାର ବାଜି । ଖେଳରେ ଜିତିଲେ ମାଲାମାଲ ହେଉଥିବା ବେଳେ ହାରିଲେ ଭୟଙ୍କର ପରିଣାମ ହେଉଥିବା ଦେଖିବାକୁ ମିଳୁଛି । କେହି କେହି ଆତ୍ମହତ୍ୟା କରୁଥିବା ବେଳେ ବେଳେ ବେଳେ ହାର ଜିତକୁ ନେଇ ମଦ୍ୟପାନ କରି ଘଟୁଛି ଭୟଙ୍କର ଗଣ୍ଡଗୋଳ । ସ୍ଥାନୀୟ ପୁଲିସ ପ୍ରଶାସନ ବିଭିନ୍ନ ସ୍ଥାନରେ ଚଢାଉ କରି ଲକ୍ଷାଧିକ ଟଙ୍କା ଜବତ କରିଥିବା ବେଳେ ବହୁ ଜୁଆଡ଼ିଙ୍କୁ ଗିରଫ କରିଥିବାର ନଜିର ରହିଛି । ଚଳିତ ପାର୍ବଣ ଋତୁରେ ସ୍ଥାନୀୟ ଥାନା ଅଂଚଳରୁ ଜୁଆଖେଳକୁ ସମ୍ପୁର୍ଣ୍ଣ ବନ୍ଦ କରିବା ପାଇଁ ପୁଲିସ ପ୍ରଶାସନ ଅଂଟା ଭିଡ଼ିଛି । ଥାନା ଏସ.ଆଇ ବାସୁଦେବ ଭୋଇଙ୍କ ନେତୃତ୍ୱରେ ଜୁଆ ଖେଳ ଉପରେ ଅର୍ତକିତ ଚଢାଉ ସହ ଜୁଆଡ଼ିଙ୍କୁ ଗିରଫ କରିବା ପାଇଁ ସାଧା ପୋଷାକ ଧାରୀ ପୁଲିସ ବାହିନୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ଆଗାମୀ ଦିନରେ ଜୁଆ ଆଡ୍ଡା ଉପରେ ଚଢାଉ କରାଯିବା ସହ ଜୁଆଖେଳକୁ ସମ୍ପୁର୍ଣ୍ଣ ଲୋପ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ