ଜୁନିୟର ରେଡ଼କ୍ରସ ୟୁନିଟ ପକ୍ଷରୁ ପ୍ରାଥମିକ ଉପଚାର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜୁନିୟର ରେଡ଼କ୍ରସ ୟୁନିଟ ପକ୍ଷରୁ ପ୍ରାଥମିକ ଉପଚାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିନା ଦିଗାଲଙ୍କ ତତ୍ୱାବଧାନରେ ଜୁନିୟର ରେଡ଼କ୍ରସର ଫାଷ୍ଟ ଏଡ଼ର ତଥା ପ୍ରାଥମିକ ଉପଚାରିକା ସୁନିତା ଦିଗାଲ ପ୍ରାଥମିକ ଉପଚାରର ଲକ୍ଷ୍ୟ ଓ ଆବଶ୍ୟକତା ଉପରେ ଛାତ୍ରଛାତ୍ରୀ ମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ l ହଠାତ ଦୁର୍ଘଟଣାରୁ କିଭଳି ଭାବେ ରକ୍ଷା ପାଇବା ଏବଂ ରିକଭରି ଆସିବ, ହାତଗୋଡ ଭଙ୍ଗା, ନାକରୁ ରକ୍ତ ବାହାରିବା, ମୂର୍ଚ୍ଛା, ମୁଣ୍ଡର ଖପୁରୀ ଚଡ଼ିକିବା, ରକ୍ତ ବନ୍ଦ କରିବା ଆଦିର ଉପଚାର ସମ୍ବନ୍ଧରେ ଛାତ୍ରଛାତ୍ରୀ ମାନଙ୍କୁ ଡେମୋଷ୍ଟ୍ରେସନ ମାଧ୍ୟମରେ ବୁଝେଇଥିଲେ I ଏହି ସଚେତନତା କାର୍ଯ୍ୟକ୍ରମରେ ସ୍କୁଲର ଶିକ୍ଷୟତ୍ରୀ ପ୍ରମିଳା ଦାସ, ସଞ୍ଜିତା ପ୍ରଧାନ, ସ୍ଵର୍ଣମୟୀ ପାତ୍ର, ବୁଲି ନାୟକ, ଅନିତା ପଟ୍ଟନାୟକ, ପ୍ରତିମା ବେହେରା, ରଞ୍ଜିତା ନାୟକ, ଜୋତ୍ସାମୟୀ ସାହୁ, ଶିକ୍ଷକ ରାମକୃଷ୍ଣ ନନ୍ଦ ଓ ସ୍ବାଧୀନ ମହାରଣା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ପ୍ରାଥମିକ ଉପଚାର ବିଷୟରେ ଉପଦେଶ ଦେଇଥିଲେ I ଶେଷରେ ଅନିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ