ପଞ୍ଚାୟତ ସମିତି ଅଧକ୍ଷା ଓ ଉପାଧ୍ୟକ୍ଷଙ୍କ ଦୁର୍ନୀତି ବିରୋଧରେ ଜିଲ୍ଲାପାଳଙ୍କ ନିକଟକୁ ସ୍ମାରକ ପତ୍ର
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଳକରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ଦୁର୍ନୀତି ବିରୋଧରେ ଜିଲ୍ଲାପାଳଙ୍କ ନିକଟକୁ ବ୍ଳକ ବିଜୁଜନତା ପକ୍ଷରୁ ବିଡିଓଙ୍କ ଜରିଆରେ ଏକ ଦଶ ଦଫା ଦାବୀ ସ୍ମାରକ ପତ୍ର ବିଧାୟକ ପ୍ରତିନିଧି ଦୀପକ କୁମାର ସାହୁ, ବ୍ଲକ ସଭାପତି ଜ୍ୟୋତିରାଜ ପ୍ରଧାନଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଛି। । ବ୍ଳକ ବିଜୁ ଜନତା ଦଳ କର୍ମୀ ତିନି ଛକରେ ଏକତ୍ରିତ ହୋଇ ସ୍ଲୋଗାନ ମାନ ଦେଇ ଏକ ବିରାଟ ଶୋଭାଯାତ୍ରା ରେ ବାହାରି ବ୍ଳକ କାର୍ଯ୍ୟାଳୟରେ ପହଞ୍ଚି ବିଡିଓଙ୍କୁ ଜିଲ୍ଲା ପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଦାବୀ ଗୁଡିକ ମଧ୍ୟରେ ବିଜୁ ଜନତା ଦଳର ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ମାନଙ୍କୁ ସମିତି ଅଧକ୍ଷା ମନଇଛା ଗାଳି ଗୁଲଜ କରିବା, ସହକାରୀ ନିର୍ବାହୀ ଯନ୍ତ୍ରୀ ଦୁର୍ନୀତିକୁ ସୁଯୋଗ ନ ଦେବାରୁ ତାଙ୍କ ବିରୋଧରେ କଂଗ୍ରେସର ରୀତି ମତ ଚକ୍ରାନ୍ତ ଚଳାଇବା ବନ୍ଦ କରାଯାଉ । ସମିତି ଅଧକ୍ଷା ପିସି ନ ପାଇଲେ ଫାଇଲ ସାଇନ ନ କରିବା, ସମିତି ଅଧକ୍ଷାଙ୍କ ସ୍ବାମୀ ଜଣେ ଶିକ୍ଷକ ବିଦ୍ୟାଳୟକୁ ନଯାଇ ବ୍ଲକ ପରିସର ଭିତରେ ମଦ୍ୟ ପାନ କରିବା ଓ ଚେୟାରମେନ୍ ଚାମ୍ବରରେ ବସି ମଦ ଓ ମାଂସ ଖାଇ ଅସାମାଜିକ ଲୋକଙ୍କୁ ଧରି ଆଡ୍ଡା ଜମାଇ ବ୍ଳକ କର୍ମଚାରୀଙ୍କୁ ର୍ଦୁବ୍ୟବହାର କରୁଥିବା ବନ୍ଦ କରାଯାଉ । ସମିତି ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କୁ ତୁରନ୍ତ ଏହି ବ୍ଲକରୁ ବଦଳି କରାଯାଉ । ଭାଇସ ଚେୟାରମେନଙ୍କ ବିରୁଦ୍ଧରେ ହେଉଥିବା ବିଭିନ୍ନ ଦୁର୍ନୀତି ର ଏକ ନିରପେକ୍ଷ ତଦନ୍ତ କରିବା ପାଇଁ ଦାରିଙ୍ଗବାଡ଼ି ବିଜୁ ଜନତାଦଳ ପକ୍ଷରୁ ଦାବୀ କରିଛନ୍ତି । ଯଦି କାର୍ଯ୍ୟନୁଷ୍ଟାନ ନ ହୁଏ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଦଳ ପକ୍ଷରୁ ଚେତାବନୀ ଦେଇଛନ୍ତି ।


