ଝାରଖଣ୍ଡରେ ଏକଲକ୍ଷ ଟଙ୍କା ପୁରସ୍କାର ଘୋଷିତ ନକ୍ସଲବାଦୀ ଗିରଫ

ନୂଆଦିଲ୍ଲୀ: ସିଆର୍‌ପିଲଫ ଏବଂ ଜିଲ୍ଲା ପୋଲିସ୍ ଭାକପା ମାଓବାଦୀର ଏକଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ନକ୍ସଲବାଦୀ ରାକେଶ ଓରାଁବ ଓରଫ ମାନକୀ ଓରାବ(୪୦)ର କୁରୁମଗଡ଼ ଥାନା ଅଂଚଳରେ ମରବା ଜଙ୍ଗଲରୁ ଗିରଫ କରାଯାଇଛି । ଗିରଫ ନକ୍ସଲବାଦୀ ପାଖରୁ ପୋଲିସ୍ ଏକ ଦେଶୀ ପିସ୍ତଲ ଏବଂ ବିପୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ନକ୍ସଲବାଦୀ ରାକେଶ ଓରାଁବ ବିରୁଦ୍ଧରେ ଜିଲ୍ଲାର କୁରୁମଗଡ଼, ଚୈନପୁର ଏବଂ ଗୁମଲା ଥାନା ଅଂଚଳରେ ପାଖାପାଖି ଅଧା ଡଜନରୁ ଅଧିକ ମାମଲା ରୁଜୁ ହୋଇଛି । ଏହି ସମ୍ବନ୍ଧରେ ଗୁମଲାର ପୋଲିସ୍ ଅଧିକ୍ଷକ ଏହତେଶାମ ବକାରିବ ସୋମବାର ଦିନ ନିଜ କାର୍ଯ୍ୟାଳୟ ପରିସରରେ ଆୟୋଜିତ ପ୍ରେସ୍ କନଫ୍ରେନ୍ସରେ କହିଛନ୍ତି ଯେ ଗିରଫ ନକ୍ସଲବାଦୀ କଡ଼ା ପଚରାଉଚୁରା ହେବାରେ ସେ ମରବା ଜଙ୍ଗଲରେ ମାଟିତଳେ ଲୁଚାଇ ରଖିଥିବା ବିସ୍ଫୋରକ ସାମଗ୍ରୀ କଥା ସ୍ୱୀକାର କରାଯାଇଛି । ତା’ର କହିବାଅନୁସାରେ ପୋଲିସ୍ ୫୦ ପିସ୍ ନନ ଇଲେକ୍ଟ୍ରିକ ଡେଟୋନେଟର, ପାଂଚ ପିସ୍ ତାରରେ ଯୋଡ଼ା ଇଲେକ୍ଟ୍ରିକ୍ ଡେଟୋନେଟର, ୨୦ ମିଟର ସେଫ୍ଟେିଫ୍ୟୁଜ, ପାଂଚ ପିସ୍ କେଲସେକ୍ସ ପାଉଡର(ଜୈଲ ଟାଇପ୍‌), ପାଂଚ ପିସ୍ ନିୟୋଜେଲ୍‌, ପାଂଚପିସ୍ ଷ୍ଟାର୍ ପୋଲ, ପାଂଚ ପିସ୍ ଷ୍ଟାର୍ ପାଇପ ଏବଂ ଗୋଟିଏ ପିସ୍ ସସ୍ପେକ୍ଟେଟ ବାୟର ଡେଟୋନେଟର ଜବତ କରାଯାଇଛି । ସେଠାରୁ ଗିରଫ ନକ୍ସଲବାଦୀକୁ ମଧ୍ୟ ପ୍ରସ୍ତୁତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ