ସାରା ଦେଶରେ ସ୍କୁଲ ଖୋଲିବା ନେଇ ସୁପ୍ରିମକୋର୍ଟ ଶୁଣାଣୀ କରିବାକୁ ମନା କରିଦେଇଛନ୍ତି
ନୂଆଦିଲ୍ଲୀ, (ୱାଇଏନ୍ଏସ୍): ସାରା ଦେଶରେ ସ୍କୁଲ ଖୋଲିବା ନେଇ ସୁପ୍ରିମକୋର୍ଟ ଶୁଣାଣି କରିବାକୁ ମନା କରି ଦେଇଛନ୍ତି । ଦିଲ୍ଲୀରେ ରହୁଥିବା ଦ୍ୱାଦା ଶ୍ରେଣୀର ଛାତ୍ରଙ୍କ ଆବେଦନ ଉପରେ ଶୁଣାଣୀ ସମୟରେ କୋର୍ଟ କହିଛନ୍ତି ଯେ, ଆମେ ଏହା କହି ନାହୁଁ ଯେ ପ୍ରଚାର ପାଇଁ ଆବେଦନ କରାଯାଇଛି କିନ୍ତୁ ଆପଣ ଅଧ୍ୟୟନ ଉପରେ ଧ୍ୟାନ ଦେବା ଭଲ । ପ୍ରତ୍ୟେକ ରାଜ୍ୟରେ ସରକାର ପରିସ୍ଥିତି ଅନୁଯାୟୀ ନିଷ୍ପତି ନେଉଛନ୍ତି । ଆବେଦନରେ କୁହାଯାଇଛି ଯେ, ଅଫ୍ଲାଇନ୍ ଶିକ୍ଷା ଆରମ୍ଭ କରିବା ପାଇଁ ଏକ ସମୟ ସୀମା ନିର୍ଣ୍ଣୟ ନେବା ପାଇଁ ବିଦ୍ୟାଳୟ ଗୁଡ଼ିକ ଖୋଲିବା ଏବଂ ନିର୍ଦ୍ଦେଶନାମା ଜାରି କରାଯିବା ଉଚିତ୍ । ଏହି ଆବେଦନରେ କୁହାଯାଇଛି ଯେ, ବିଦ୍ୟାଳୟରେ ଶାରୀରିକ ଶିକ୍ଷା ପ୍ରବର୍ତନ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୀତି କମ୍ ରହିଛି ।


