ବ୍ରହ୍ମପୁର ଶ୍ରୀରାମନଗରେ ଗ୍ୟାସ୍‍ ଟଙ୍କି ଫାଟି ୩ ଗୁରୁତର

ବ୍ରହ୍ମପୁର, (ଅନିଲ କୁମାର): ବ୍ରହ୍ମପୁରର ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀରାମନଗରରେ ଏକ ଗ୍ୟାସ୍‍ ଟଙ୍କି ଲିଙ୍କ୍‍ ହୋଇ ସେଥିରେ ନିଆଁ ଲାଗିବା ଯୋଗୁଁ ୩ ଗୁରୁତର ହୋଇଥିବା ସୂଚନା ମିଳିଛି । ଶ୍ରୀରାମନଗର ନିବାସୀ ଶ୍ରୀହରଙ୍କ ଘରେ ଏହି ଦୁର୍ଘଟଣା ଘଟିଛି । ଶ୍ରୀହର ଜଳଖିଆ ଦୋକାନ ପାଇଁ ଗ୍ୟାସରେ ରୋଷେଇ ପ୍ରସ୍ତୁତ କରୁଥିବା ବେଳେ ଆଜି ସକାଳୁ ଗ୍ୟାସଟି ଲିକ୍‍ ହୋଇ ନିଆଁ ଲାଗି ଯାଇଥିଲା, ଫଳରେ ନିଆଁ ଘରର ଚାରିଆଡେ ବ୍ୟାପି ଯିବା ଯୋଗୁଁ ଘରେ ଥିବା ଆସବାବପତ୍ର ପୋଡିଯିବା ସହ ଏହି ନିଆଁରୁ ବର୍ତ୍ତିବା ପାଇଁ ତିନି ଜଣ ଘରର ଛାତ ଉପରୁ ତଳକୁ ଡେଇଁ ପଡିଥିଲେ ଫଳରେ ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଘଟଣାରେ ସ୍ଥଳରେ ବ୍ରହ୍ମପୁର ଅଗ୍ନିସେବା ବାହିନୀ ପହଂଚି ନିଆକୁ ଆତୟ କରିଥିବା ବେଳେ ସମସ୍ତ ଗୁରୁତରଙ୍କୁ ହସ୍‍ପିଟାଲ୍‍ରେ ଭର୍ତ୍ତି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ