ଅସହାୟ ବୃଦ୍ଧଙ୍କୁ ରକ୍ତ ଯୋଗାଇ ପୁଣି ମାନବିକତା ଦେଖାଇଲେ ଛତ୍ରପୁର ଥାନାଧିକାରୀ
ଛତ୍ରପୁର (ଦେବଦତ୍ତ ମହାରଣା):ଅସହାୟ ବୃଦ୍ଧଙ୍କୁ ରକ୍ତ ଯୋଗଇ ପୁଣି ମାନବିକତା ଦେଖାଇଲେ ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନ । ଜଣେ ଅସହାୟ ଅସୁସ୍ଥ ବୃଦ୍ଧଙ୍କୁ ଏ-ପଜେଟିଭ୍ ରକ୍ତ ଆବଶ୍ୟକ ଥିବା ସୂଚନା ପାଇ ଛତ୍ରପୁର ଥାନାଧିକାରୀ, ଛତ୍ରପୁର ରକ୍ତଦାତା ସଂଘର ମୁଖ୍ୟ ସଂଯୋଜକ ମାଧବ କାୟା ଏବଂ ସହରର କିଛି ଯୁବକଙ୍କ ସହ ଯୋଗରେ ରକ୍ତ ସଂଗ୍ରହ କରି ଅସହାୟ ବୃଦ୍ଧଙ୍କୁ ରକ୍ତ ଯୋଇଗାଇଥିଲେ । ଗଞ୍ଜାମ ବ୍ଲକ ଅନ୍ତର୍ଗତ ବରଦା ଗ୍ରାମର ଅସହାୟ ବୃଦ୍ଧ ମୂଷା ରାଉତ (୭୫) ଅସୁସ୍ଥ ହୋଇ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ପୂର୍ବରୁ ଉକ୍ତ ଅସହାୟ ବୃଦ୍ଧଙ୍କୁ ଥାନାଧିକାରୀ ଶ୍ରୀ ପ୍ରଧାନ ଖାଦ୍ୟ ପେୟ ର ବ୍ୟବସ୍ଥା କରାଇବା ସହିତ ତାଙ୍କ ନିକଟରେ ପହଂଚି ତାଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ । ହେଲେ ତାଙ୍କ ଦେହରେ ରକ୍ତର ଅଭାବ ରହିଥିବାରୁ ବିଳମ୍ବିତ ରାତ୍ରରେ ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟୟ ର ବରିଷ୍ଠ ଡାକ୍ତର ଅଲେଖ କୁମାର ପ୍ରଧାନ, ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ଯୁବ ସମାଜସେବୀ ମାଧବ କାୟା, ଛତ୍ରପୁର ପ୍ରେସ କ୍ଲବର ସଭାପତି ପ୍ରଶାନ୍ତ କୁମାର ମହାରଣା, କୋଷାଧ୍ୟକ୍ଷ ସରୋଜ କୁମାର ସାମଲ ଏବଂ ଚିକିତ୍ସାଳୟର କିଛି କର୍ମଚାରୀଙ୍କ ସହ ଯୋଗରେ ଅସହାୟ ବୃଦ୍ଧ ମୁଷା ରାଉତଙ୍କ ଦେହରେ ରକ୍ତ ଚଢାଯାଇଛି । ତେବେ ଛତ୍ରପୁର ସହରରେ ନୂତନ ଭାବେ ଯୋଗ ଦେବା ଠାରୁ ଥାନାଧିକାରୀଙ୍କ ଏଭଳି ସମାଜସେବା କାର୍ଯ୍ୟକୁ ଛତ୍ରପୁର ସହରର ବୁଦ୍ଧିଜିବୀଙ୍କ ମହଲରେ ପ୍ରଶଂସାର ସୁଅ ଛୁଟୁଛି ।


