ସାନଖେମୁଣ୍ଡିରେ ଏଆଇଟିୟୁସି ଅଙ୍ଗନୱାଡ଼ି କର୍ମୀଙ୍କ ବିକ୍ଷୋଭ ସହ ସ୍ମାରକ ପତ୍ର ପ୍ରଦାନ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଆହ୍ଵାନରେ ସେପ୍ଟେମ୍ବର ୨୪ ତାରିଖରେ ଆୟୋଜିତ ହୋଇଥିବା ଦେଶବ୍ୟାପୀ ସ୍କିମ ଶ୍ରମିକଙ୍କ ଧର୍ମଘଟ ପରିପ୍ରେକ୍ଷୀରେ ଆଜି ସାନଖେମୁଣ୍ଡି ପ୍ରକଳ୍ପ ଏଆଇଟିୟୁସି ଅଧୀନ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ ପକ୍ଷରୁ ଏକ ବିକ୍ଷୋଭ ପଦଯାତ୍ରାର ଆୟୋଜନ ହୋଇଅଛି । ପାଟପୁର ଗାନ୍ଧୀଛକ ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରୁ କର୍ମୀ ଓ ସହାୟିକାଙ୍କ ଏହି ପଦଯାତ୍ରା ବାହାରି ସାନଖେମୁଣ୍ଡି ବିଡ଼ିଓ , ତହସିଲଦାର ଏବଂ ଆଇସିଡିଏସ୍ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରାଯାଇଅଛି । କର୍ମୀ ସଂଘ ସଭାନେତ୍ରୀ ମିତା କୁମାରୀ ମିଶ୍ର , ସମ୍ପାଦିକା ସୁଷମା ପ୍ରଧାନ , ବେଦମତି ରଥ , ରୀନା ପଟ୍ଟନାୟକ , ବନିତା କୁମାରୀ ରଥ ପ୍ରମୁଖ କର୍ମୀଙ୍କ ସହ ଏଆଇଟିୟୁସିର ସନ୍ତୋଷ କୁମାର ଜେନାଙ୍କ ମିଳିତ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭ ଓ ଗଣଧାରଣାରେ ନିୟୋଜିତ କର୍ମୀଙ୍କ ସାମାଜିକ ସୁରକ୍ଷା , ସର୍ବନିମ୍ନ ମଜୁରୀ ପ୍ରଦାନ କରିବା , ମୃତ୍ୟୁ କାଳୀନ ସହାୟତା ସହିତ ପେନସନ ଲାଗୁ କରାଯିବା , କାରୋନା ସମ୍ମୁଖ ଯୋଦ୍ଧା ହିସାବରେ ସରକାରୀ କର୍ମଚାରୀଙ୍କ ଭଳି ସୁବିଧା ପ୍ରଦାନ , ପଦବୀର ସୁରକ୍ଷା ପାଇଁ ସରକାରୀ ମାନ୍ୟତା , ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ କର୍ମୀଙ୍କ ପ୍ରତି କରାଯାଉଥିବା ଉଦ୍ଦେଶ୍ୟ ମୂଳକ କାର୍ଯ୍ୟାନୁଷ୍ଠାନକୁ ବନ୍ଦ କରିବା ଆଦି ୧୫ ଦଫା ଦାବି ନେଇ ପ୍ରସ୍ତୁତ ଦାବୀପତ୍ରକୁ ସାନଖେମୁଣ୍ଡି ବିଡ଼ିଓ ଶ୍ରୀ ଗାୟତ୍ରୀ ଦତ୍ତ ନାୟକଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରାଯିବା ସହିତ ସାନଖେମୁଣ୍ଡି ତହସିଲ ଓ ଶିଶୁ ବିକାଶ ସେବା ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବିପତ୍ର ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ