ସାମ୍ବାଦିକ ଅରିନ୍ଦମଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ): ଓଟିଭିର ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାଶଙ୍କ ବିୟୋଗରେ କେନ୍ଦ୍ରାପଡା କର୍ମଜୀବୀ ସାମ୍ବାଦିକ ସମୁହ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଜିଲ୍ଲା ମୁଖ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ମାତୃଦତ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଥମେ ମହମବତୀ ଜାଳି ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଅରିନ୍ଦମ ଦାଶଙ୍କ ତ୍ୟାଗ, ବଳିଦାନ ଓଡିଆ ସାମ୍ବାଦିକତା ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସ୍ମୃତିି ସଭାରେ ବହୁ ସାମ୍ବାଦିକ, ସମାଜସେବୀ, ବୁଦ୍ଧିଜିବି ଓ ରାଜନେତା ଯୋଗଦେଇ ସ୍ୱର୍ଗତ ଦାଶଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ସ୍ମୃତି ସଭାରେ ମନୋଜ ସ୍ୱାଇଁ, ଚିତରଞ୍ଜନ ଦାସ, ସୋମନାଥ ସାହୁ, ପ୍ରଭାତ ପରିଡା, ମହେଶ ପାଢୀ, ଜୀବନ ସିଂ, ଜଗନ୍ନାଥ ଧଳ, ପ୍ରଶାନ୍ତ ନାୟକ, ଦିଲ୍ଲିପ ମହାନ୍ତି, ପ୍ରଫୁଲ୍ଲ ସାହୁ, ଉମାକାନ୍ତ ମହାପାତ୍ର, ବୀରେନ୍ଦ୍ର ଦାସ, ଉମେଶ ପାଢୀ, ଦୁର୍ଗା ପତି, ନାରାୟଣ ସାହାଣୀ, ସୁବାଷ ସାମଲ, ରବିନାରାୟଣ ପତି, ଚିତ୍ତରଞ୍ଜନ ସାହୁ, କୈଳାସ ସାହୁ, ହରେକୃଷ୍ଣ ବେହେରା, ସେକ ହାପିଜୁଦ୍ଦିନ, ଲକ୍ଷ୍ମୀକାନ୍ତ ନାୟକ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପ୍ରମୋଦ ସାହୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦାଶଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ