ବିସିବିଲ ପାଟର ଚାଷ ଜମିରୁ ଜଳ ନିଷ୍କାସନ ପାଇଁ ତହସିଲଦାରଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ତହସିଲ ଅନ୍ତର୍ଗତ ଗଇଦୁଆ, ପିଙ୍ଗଳ, ତନାର, ନଳପାରି, କନ୍ତିଆ, ଉଛରପଡା ଓ ତ୍ରିଲୋଚନପୁର ମୈାଜାର ଚାଷଜମି ଗୁଡିକ ଲଗାଣ ବର୍ଷା ଫଳରେ ପାଣିରେ ବୁଡିରହି ଧାନ ଫସଲ ନଷ୍ଟ ହେବାକୁ ବସିଲାଣି । ବିସିବିଲ ପାଟ ଦେଇ ଏହି ସବୁ ମୈାଜାର ଚାଷଜମି ଗୁଡିକରୁ ଜଳ ନିଷ୍କାସିତ ହୋଇଥାଏ । କିନ୍ତୁ ବିସିବିଲ ପାଟ ଦେଇ ଜଳ ନିଷ୍କାସନ ହୋଇପାରୁନଥିବାରୁ ଧାନ ଫସଲ ସମ୍ପୂର୍ଣ୍ଣ ବୁଡିଯାଇ ଉଜୁଡି ଯିବାକୁ ବସିଛି । ଫଳରେ ଚାଷୀମାନେ ସେମାନଙ୍କ ଫସଲ ହରାଇ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏ ସମ୍ପର୍କରେ ଚାଷୀମାନଙ୍କ ପକ୍ଷରୁ ଗତ ୨୦୧୮, ୨୦୧୯, ୨୦୨୦ ମସିହା ଏବଂ ଚଳିତ ମାସ ୨୦ ତାରିଖରେ କେନ୍ଦ୍ରାପଡା ତହସିଲଦାରଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିଲେ ମଧ୍ୟ ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ତେଣୁ ଉଚ୍ଛରପଡା ପାଖରୁ ବାରୁଅ ଦେଇ ପଥରକଣୀ ପାଟନାଳିକୁ ଜଳ ନିଷ୍କାସନ ପାଇଁ ପାଟନାଳି ଖନନ କରାଯିବା ସହ ବିସିବିଲ ପାଟରୁ ଜଳ ନିଷ୍କାସନ ପାଇଁ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ତୁରନ୍ତ ଗ୍ରହଣ କରଯିବାକୁ ଚାଷୀମାନେ ଦାବି କରିଛନ୍ତି । ଦାବି ପୁରଣ ନହେଲେ ଚାଷୀମାନେ କଟକ-ଚାନ୍ଦବାଲି ରାସ୍ତାର ତ୍ରିଲୋଚନପୁର ଛକ ନିକଟରେ ଆସନ୍ତା ୨୮ତାରିଖରେ ରାସ୍ତା ଅବରୋଧ କରିବାକୁ ବାଧ୍ୟ ହେବେବୋଲି ଚାଷୀମାନଙ୍କ ପକ୍ଷରୁ ଜିତେନ୍ଦ୍ର ରାଉତ, ପ୍ରଦିପ କୁମାର ପରିଡା, ଭରତ ସିଂ, ଗଗନ ସାମଲ, ଅଚ୍ୟୁତ ପରିଡା, ଇନ୍ଦ୍ରମଣି ସିଂ, ହରେକୃଷ୍ଣ ସିଂ ପ୍ରମୁଖ କେନ୍ଦ୍ରାପଡା ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ ସହିତ ଚେତାବନୀ ଦିଆଯାଇଛି । ଏସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଥିବା ଚାଷୀମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ