ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା ସଂଘ ଜିଲ୍ଲା କମିଟି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା ସଂଘ(ସି.ଆଇ.ଟି.ୟୁ) କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜିବ କୁମାର ସିଂଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ସମସ୍ତ ବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ସଂପୃକ୍ତ ପାଚିକା ଓ ସହାୟିକାମାନଙ୍କୁ ସ୍କିମ୍ ଶ୍ରମିକ ଭାବେ ବିଚାର କରାନଯାଇ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯିବା, ରାଜ୍ୟ ସରକାରଙ୍କ ଘୋଷଣା ଅନୁ୍ଯାୟୀ କାର୍ଯ୍ୟରୁ ଅବସର ବୟସ ୬୨ବର୍ଷ କରାଯିବା, ବର୍ଷକୁ ୨ଥର ଶାଢୀ ଓ ଆପ୍ରୋନ ପ୍ରଦାନ କରାଯିବା, ପ୍ରତ୍ୟେକ ବିଦ୍ୟାଳୟକୁ ଜାଳେଣି ପାଇଁ ଉଜ୍ଜ୍ୱଳା ଜାଳେଣି ଗ୍ୟାସ ଯୋଗାଇ ଦିଆଯିବା, ପ୍ରତ୍ୟେକ ବିଦ୍ୟାଳୟରେ ପାନୀୟ ଜଳ ଯୋଗାଣ ସହିତ ଆକ୍ୱାଗାର୍ଡ ସଂଯୋଗ କରାଯିବା, ବିଦ୍ୟାଳୟରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ପୃଷ୍ଟିସାର ଯୁକ୍ତ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯିବା, ରାଜ୍ୟ ସରକାର ତାଙ୍କ ଅଂଶ ବାବଦରେ ୪ଶହ ଟଙ୍କା ପ୍ରଦାନ କରିଥିବା ବେଳେ କେନ୍ଦ୍ର ସରକାରଙ୍କ ଅଂଶ ବାବଦକୁ ୬ଶହ ଟଙ୍କା ବକେୟା ପ୍ରଦାନ କରାଯିବା, ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ଅନୁ୍୍ଯାୟୀ ପାଚିକା ଓ ସହାୟିକାମାନଙ୍କ ବକେୟା ଅର୍ଥ ତୁରନ୍ତ ପ୍ରଦାନ କରାଯିବା ଓ ରୋଷେଇ ପାଇଁ ପ୍ରତ୍ୟେକ ବିଦ୍ୟାଳୟରେ ପ୍ରକ୍କାଗୃହ ଓ ଖାଦ୍ୟ ଖାଇବା ପାଇଁ ଉପଯୁକ୍ତ ପକ୍କା କରିଡର ନିର୍ମାଣ କରାଯିବାକୁ ସଙ୍ଘ ପକ୍ଷରୁ ଦାବି କରାଯାଇଛି । ମଧ୍ୟ।।ହ୍ନ ଭୋଜନ ପାଚିକା ଓ ସହାୟିକା ସଂଘ ଜିଲ୍ଲା କମିଟି ପକ୍ଷରୁ ସଭାପତି ସ୍ନେହଲତା ଗାହାଣ, ସମ୍ପାଦିକା ନିର୍ମଳା ସିଂହ, ଜଗତଜୀବନ ଦାଶ, ପ୍ରମିଳା ବିଶ୍ୱାଳ, ସଞ୍ଜୁଲତା ଦାସ, କୁମୁଦିନୀ ସେନାପତି, ଅମିତା ପାତ୍ର, ସ୍ୱର୍ଣ୍ଣପ୍ରଭା ମଣ୍ଡଳ, ରଞ୍ଜୁଲତା ଖଣ୍ଡୁଆଳ, ମାଧବ ଦାସ, ଅଜିତ ପରିଡା, ନୃସିଂହ ତରାଇ, ପରମେଶ୍ୱର ସୁତାର, ଅଶୋକ ନାଥ, ରମେଶ ମଳିକ, ବିଜୟ ସାହୁ, ନିରାକାର ସାହୁ, ବିନୟ ମଳିକ, ଅକ୍ଷୟ ତରାଇ, ମହେଶ୍ୱର ପରିଡା, ଧୀବର ବେହେରା, ଧନେଶ୍ୱର ରାଉତ ପ୍ରମୁଖ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ।


