ଉତ୍କଳ ସମ୍ମିଳନୀ ଜିଲ୍ଲା ଶାଖାର ସ୍ୱନକ୍ଷତ୍ର ଦିବସ ଓ ରାଧାନାଥ ଜୟନ୍ତୀ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କବିବର ରାଧାନାଥ ରାୟ ଆଧୁନିକ ଓଡିଆ ସାହିତ୍ୟର ଯୁଗସ୍ରଷ୍ଟା । ବିଦେଶୀ ସାହିତ୍ୟର ସମୃଦ୍ଧ କଥାବସ୍ତୁ ଗୁଡିକୁ ନିଜର ଅତୁଳନୀୟ ସୃଷ୍ଟିଶୀଳତା ମାଧ୍ୟମରେ ସଂଖ୍ୟାଧିକ ଅମର କାବ୍ୟ ସୃଷ୍ଟିକରି ସେ ଓଡିଆ ଭାଷା ଭଣ୍ଡାରକୁ ସମୃଦ୍ଧ କରି ପାରିଥିଲେ । ଏହା ଓଡିଆ ଭାଷା ଆନ୍ଦୋଳନକୁ ପରିପୃଷ୍ଟ କରିବା ସହ ଦେଶର ଭାଷା ଭିତ୍ତିକ ପ୍ରଥମ ପ୍ରଦେଶ ଗଠନରେ ସହାୟକ ହୋଇଥିଲା ବୋଲି କବିବରଙ୍କ ୭୪ତମ ଜୟନ୍ତୀ ଅବସରରେ ଉତ୍କଳ ସମ୍ମିଳନୀର ଜିଲ୍ଲା ଶାଖା ପକ୍ଷରୁ ଆୟୋଜିତ ଜୟନ୍ତୀ ଉତ୍ସବରେ ଯୋଗଦେଇ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ସଂଗଠନର ଜିଲ୍ଲା ଶାଖାର ୨୫ତମ ସ୍ୱନକ୍ଷତ୍ର ଦିବସ ଅବସରରେ ସଭାପତି ପ୍ରାଧ୍ୟାପକ ନନ୍ଦ କିଶୋର ପରିଡାଙ୍କ ପରିଚାଳନାରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ଖ୍ରୀଷ୍ଟ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରାଧ୍ୟାପକ ସୁରେନ୍ଦ୍ର ନାଥ ଆଚାର୍ଯ୍ୟ ମୁଖ୍ୟବକ୍ତା ରୂପେ ଯୋଗଦେଇ ଓଡିଆ ସାହିତ୍ୟକୁ ରାଧାନାଥ ରାୟଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ଶାଖାର ସମ୍ପାଦକ ଡଃ. ବାସୁଦେବ ଦାସ ସଂଗଠନର ବିଗତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହ ଚଳିତ ବର୍ଷ ରୈାପ୍ୟ ଜୟନ୍ତୀ ଉତ୍ସବ ପାଳନ କରାଯିବ ବୋଲି ପ୍ରକାଶ କରିଥିଲେ । ସଂଗଠନ ସମ୍ପାଦକ ଗୋପାଳକୃଷ୍ଣ ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନୃସିଂହ ଚରଣ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନଜିବି ଧରଣୀଧର ସୁଆର, ନିରଞ୍ଜନ ମେକାପ, ଶୁଭାଂଶୁ ଦାସ, ଆଦିକନ୍ଦ ରାଉଳ, ଆଶିଷ ସେନାପତି, ରମଣୀରଞ୍ଜନ ରାଉତରାୟ, ପାର୍ଥସାରଥୀ ବେହେରା, ଅବଧୂତ ରାଉତ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ଉତ୍କଳ ସମ୍ମିଳନୀର ପ୍ରାକ୍ତନ ସଭାପତି ବିଶିଷ୍ଟ ସାହିତ୍ୟିକା ମନୋରମା ମହାପାତ୍ରଙ୍କ ଉଦେଶ୍ୟରେ ଏକ ମିନିଟ ନିରବ ଶ୍ରଦ୍ଧାର୍ପଣ କରାଯାଇଥିଲା । କଣ୍ଠଶିଳ୍ପୀ ଗୋଲଖ ସେଠୀ ଉଦଘାଟନୀ ସଂଗୀତ ଗାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ