କେନ୍ଦ୍ରାପଡା ବ୍ଲକରେ ପହଞ୍ଚିଲା ମସ୍କିଟୋ ଫଗିଂ ମେସିନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ମଶାଙ୍କ ଦାଉରୁ ଗ୍ରାମାଞ୍ଚଳର ଲୋକମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ସରକାରଙ୍କ ପକ୍ଷରୁ କେନ୍ଦ୍ରାପଡା ବ୍ଲକକୁ ପ୍ରଥମ ଦଫାରେ ୨୦ଟି ମସ୍କିଟୋ ଫଗିଂ ମେସିନ ଯୋଗାଇ ଦିଆଯାଇଛି । ସେହି ମେସିନ ଗୁଡିକ ସହାୟତାରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତ ଅଧିନରେ ଥିବା ଗ୍ରାମ ଗୁଡିକରେ ପଞ୍ଚାୟତ ପକ୍ଷରୁ ମଶାଧୁଆଁ ଛଡା ଯାଇ ଲୋକମାନଙ୍କୁ ମଶା ଦାଉରୁ ସୁରକ୍ଷା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ ବୋଲି ବିଡିଓ ଅଶ୍ୱିନୀ କୁମାର ଦାସ ସୂଚନା ଦେଇଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ବ୍ଲକକୁ ଅଧିକ ମସ୍କିଟୋ ଫଗିଂ ମେସିନ ମିଳିବା ପରେ ବ୍ଲକର ପ୍ରତ୍ୟେକ ଗ୍ରାମପଞ୍ଚାୟତକୁ ଏହି ମେସିନ ଯୋଗାଇ ଦିଆଯିବ । ପଞ୍ଚାୟତ ଗୁଡିକ ପର୍ଯ୍ୟାୟକ୍ରମେ ପଞ୍ଚାୟତର ପ୍ରତ୍ୟେକ ଗ୍ରାମରେ ସେହି ମେସିନ ବୁଲାଇ ମଶାଧୁଆଁ ଛାଡିବା ସହ ଲୋକମାନଙ୍କୁ ମଶା ଦାଉରୁ ସୁରକ୍ଷା ପ୍ରଦାନ କରିବେ ।