ଦେଓପଦା ବିଦ୍ୟାଳୟରେ ପୋଷାକ ବଣ୍ଟନ ଉତ୍ସବ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକର ଦେଓପଦା ସ୍ଥିତ ଶାନ୍ତବଟ୍ଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସରୋଜିନୀ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପରିଚାଳନା କମିଟି ସଭାପତି ବିନୋଦ ବିହାରୀ ରାଉତ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ କରିଥିଲେ । ଏଥିରେ ବିଦ୍ୟାଳୟର ପ୍ରାୟ ୧୦୬ଜଣ ବିଦ୍ୟାର୍ଥୀଙ୍କୁ ପୋଷାକ ବିତରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷକ ନିଗମାନନ୍ଦ ମାହାପତ୍ର, ରାଜେଶ କୁମାର ବେହେରା, ଯଦୁନାଥ ରାଉତ, ସୁଷମାରାଣୀ ସେନାପତି, କମିଟି ମେମ୍ବର ମାଧବୀଲତା ଜେନା, ପ୍ରିୟଙ୍କା ଜେନା, ରଞ୍ଜିତା ପଲେଇ, ବନଲତା ସେନାପତି, ରେବତୀ ରାଉତ, ବିଜୟ କେତନ ରାଉତ, ଚନ୍ଦ୍ରମଣି ରାଉତ, ରମେଶ ଜେନା, ରଞ୍ଜନ ଜେନା, ଚିତ୍ତରଞ୍ଜନ ଜେନା, କମରୁନ ବିବି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ