ବୁଗୁଡା ବ୍ଲକରେ ସ୍ଥାନୀୟ ବିଧାୟକଙ୍କ ସମୀକ୍ଷା ବୈଠକ

ବୁଗୁଡା, (ଅନିଲ ମହାରଣା):ବୁଗୁଡା ବ୍ଲକ ସମିତି ସଭା ଗୃହରେ ଅକ୍ଟୋବର ୦୧ ତାରିଖ ଦିନ ବିଭିନ୍ନ ଲୋକ ପ୍ରତିନିଧି, ବ୍ଲକ ପ୍ରଶାସନ ଓ କର୍ମଚାରୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ପୋଲସରା ବିଧାୟକ ତଥା ଗଞ୍ଜାମ ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ପରାମର୍ଶ କ୍ରମେ ଅନୁଷ୍ଠିତ ହୋଇଥିଲା। ଏହି ସମୀକ୍ଷା ବୈଠକରେ ବ୍ଲକ ଅଧ୍ୟକ୍ଷା ମାମୀ ସେନାପତି, ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ସହକାରୀ ଯନ୍ତ୍ରୀ ଗୋପାଳ କୃଷ୍ଣ ଗୌଡ଼, ବିଧାୟକଙ୍କ ପ୍ରତିନିଧି କିଶୋର ଚନ୍ଦ୍ର ବେହେରା, ସାଂସଦ ପ୍ରତିନିଧି କବିରାଜ ଗୌଡ଼, ଜିଲ୍ଲା ପରିଷଦ ସଦସ୍ୟ ରେବତୀ ମୋହନ ନାୟକ, ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ୱରୀ ଖଟେଇ ଙ୍କ ସମେତ ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଓ କନିଷ୍ଠ ଯନ୍ତ୍ରୀ ବୃନ୍ଦ ଯୋଗ ଦେଇଥିଲେ। ମିଶନ ଶକ୍ତି ଗୃହ ନିର୍ମାଣ, ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣର ଅଗ୍ରଗତିର ସମୀକ୍ଷା ହୋଇଥିଲା। ବୁଗୁଡା ବ୍ଳକ ରେ ପୂର୍ବରୁ ଗୋଲିଆ ଆଦର୍ଶ ବିଦ୍ୟାଳୟ, ମାଣିତରା ଉଚ୍ଚ ବିଦ୍ୟାଳୟ ଓ ବାଲିପଦର ଉଚ୍ଚ ବିଦ୍ୟାଳୟ ତିନିଗୋଟି ବିଦ୍ୟାଳୟକୁ ସ୍ମାର୍ଟ କ୍ଲାସ ସ୍କୁଲ ଭାବେ ଘୋଷଣା ହୋଇଥିବା ବେଳେ ବର୍ତ୍ତମାନ ବୁଗୁଡା ବ୍ଲକର ଆଉ ୯ ଗୋଟି ସ୍କୁଲକୁ ସ୍ମାର୍ଟ କ୍ଳାସ ସ୍କୁଲ ଭାବେ ଘୋଷଣା କରାଯାଇଛି। ଅକ୍ଟୋବର ମାସ ଶେଷ ସୁଦ୍ଧା ସମସ୍ତ ସ୍ମାର୍ଟ କ୍ଲାସ ସ୍କୁଲ କାର୍ଯ୍ୟ ସମାପ୍ତ କରିବାକୁ ବିଧାୟକ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ। ସେହିପରି ବ୍ଲକର ପ୍ରତ୍ୟେକ ବିଦ୍ୟାଳୟରେ କଣସବୁ ସୁବିଧା ଅଛି ଓ କଣ ଆବଶ୍ୟକ ଅଛି ଲିଖିତ ଭାବେ ପ୍ରଦାନ କରିବାକୁ ସରପଞ୍ଚ ମାନଙ୍କୁ ଅନୁରୋଧ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ