ବିଜେଡି ପକ୍ଷରୁ ଜନ ସଚେତନତା ଅଭିଯାନର ଶୁଭାରମ୍ଭ
ପୋଲସରା, (ଅନିଲ ମହାରଣା):ପବିତ୍ର ଗାନ୍ଧୀ ଜୟନ୍ତୀ ଅକ୍ଟୋବର ୦୨ ତାରିଖ ଠାରୁ ନଭେମ୍ବର ୦୨ ପର୍ଯ୍ୟନ୍ତ ଏକମାସ ସମୟ ଧରି ବିଜୁ ଜନତା ଦଳ ପକ୍ଷରୁ ଜନ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ପାଳନ କରିବା ପାଇଁ ବିଜେଡି ସୁପ୍ରମୋ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା, ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଲସରା ବ୍ଲକର ଲକ୍ଷ୍ମଣପଲ୍ଲୀ, ସୁନାରୀ ବୁଗୁଡା, ମହୁଲପଲ୍ଲୀ ଓ ମଧୂପଲ୍ଲୀ ଗ୍ରାମରେ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ଶନିବାର ଦିନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗାନ୍ଧୀ ଜୟନ୍ତୀ ଦିନ ବିଜୁ ଜନତା ଦଳ ପକ୍ଷରୁ ଆରମ୍ଭ ହୋଇଥିବା ଜନ ସଚେତନତା ଅଭିଯାନ କାର୍ଯ୍ୟକ୍ରମରେ ୪ ଗୋଟି ଗ୍ରାମରେ ପଦଯାତ୍ରା ଅନୁଷ୍ଠିତ ହୋଇ ଗ୍ରାମ ସଫେଇ ହେବା ସହ ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ ଜନହିତକର ଯୋଜନା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ସହ ତାହାର ସୁଯୋଗ ନେବାକୁ ବିଧାୟକ ଶ୍ରୀକାନ୍ତ ସାହୁ ପରାମର୍ଶ ଦେଇଥିଲେ। ଏହି ଜନ ସଚେତନତା ଅଭିଯାନରେ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ ଓ ସମ୍ପାଦକ ଅଶୋକ ବିଷୋୟୀ, ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡତ୍ୟା, ବିଭିନ୍ନ ପଞ୍ଚାୟତର ଲୋକ ପ୍ରତିନିଧି ଓ ଦଳୀୟ କର୍ମୀ ଯୋଗଦେଇଥିଲେ।