ପନ୍ଦାଡୋରେ ମୋ ସ୍କୁଲ ଅଭିଯାନ ବୈଠକ

ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ପନ୍ଦାଡୋ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୁର୍ବତନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ୨୦୨୦ରେ ଗଠନ କରାଯାଇଥିବା ମୋ ସ୍କୁଲ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୋ ସ୍କୁଲ ଅଭିଯାନ କମିଟିର ସଭାପତି ନିକୁଞ୍ଜ ବିହାରୀ ଓଝାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପ୍ରକୃତି ମିତ୍ର ପୁସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପିତବାସ ପ୍ରଧାନ ବିଦ୍ୟାଳୟର ଉନ୍ନତି କରଣ ଉପରେ ପ୍ରାରମ୍ଭିକ ସୁଚନା ଦେଇଥିଲେ । ସ୍କୁଲରେ ନିର୍ମାଣଧିନ ସ୍କୁଲ ତୋରଣ ଓ ମଧ୍ୟାହ୍ନ ଭୋଜନ ବେସିନି କାର୍ଯ୍ୟକୁ ତୁରନ୍ତ ସମାପ୍ତ କରିବାକୁ ନିଷ୍ପତି ହୋଇଥିଲା । ଭବିଷ୍ୟତରେ ବିଦ୍ୟାଳୟରେ ପାର୍କ ନିର୍ମାଣ, ସ୍ୱାସ୍ଥ୍ୟ, ଶିକ୍ଷାମେଳା ଭଳି ୬ଟି ଗୁରୁତ୍ୱପୁର୍ଣ୍ଣ ପ୍ରକଳ୍ପ ନିର୍ମାଣ ଉପରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ କୁଳମଣି ରାଉତ, ରମାକାନ୍ତ ଯେନା, ମଧୁସୁଦନ ପଳତା, ବିଶ୍ୱନାଥ ଯେନା, ଗଣନାଥ ନାୟକ, ସଂଯୁକ୍ତା ମହାନ୍ତି, ନାରାୟଣ ଜେନା, ଚୁଡାମଣି ଘଡେଇ, ପର୍ଶୁରାମ ଜେନା, ଅନିଲ କୁମାର ନାୟକ, ନିରାକାର ଓଝା, ପ୍ରସନ୍ନ କୁମାର ନନ୍ଦ, ରମାକାନ୍ତ ଯେନା, ପ୍ରମୋଦ ଯେନା, ରଘୁନାଥ ଯେନା, ଯଦୁମଣି ଯେନା, ଆନନ୍ଦ ବାରିକ, ପ୍ରକାଶ ଜେନା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସ୍କୁଲ କମିଟିର ପ୍ରତିନିଧି ଭାବେ ଶରତ ରାଉତ, ବିଜୟ କୁମାର ଦେବତା, ରାଜକିଶୋର ଜେନା, ଶିକ୍ଷୟତ୍ରୀ ସତ୍ୟଭାମା ନାୟକ, ଊଷାରାଣୀ ଦାସ, ପ୍ରତିମାରାଣୀ ଖୁଣ୍ଟିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ