ପାହାଡିଆ ଝରଣା ପାର ବେଳେ ଭାସିଯାଇ ନାବାଳକ ନିଖୋଜ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗଡ ଗ୍ରାମରେ ଜଣେ ୧୨ବର୍ଷର ନାବାଳକ ଗ୍ରାମ ନିକଟସ୍ଥ ପାହାଡିଆ ଝରଣା ପାର ହେଉଥିବା ବେଳେ ହଠାତ୍ ଜଳ ସ୍ରୋତ ବଢିଯିବା ଯୋଗୁଁ ନାବାଳକ ଜଣକ ଭାସିଯାଇଥିଲେ । ଖବର ଲେଖିବା ସୁଦ୍ଧା ନାବାଳକଙ୍କ କୌଣସି ପତ୍ତା ମିଳି ନ ଥିବା ସୁଚନା ମିଳିଛି । ଘଟଣାରୁ ପ୍ରକାଶ ଗତକାଲି ମହେନ୍ଦ୍ରଗଡ ଗ୍ରାମର ତିବତୀୟ କୋଲନୀର ୧୨ବର୍ଷର ନାବାଳକ ଚିନ୍ମୟ ଦେବା ଗ୍ରାମ ନିକଟସ୍ଥ ପାହାଡିଆ ଝରଣା ପାର ହୋଇ ତରାବଟ ମନ୍ଦିରକୁ ସାଙ୍ଗମାନଙ୍କ ସହ ବୁଲିବାକୁ ଯାଉଥିଲେ । ଝରଣାରେ ହଠାତ୍ ଜଳର ସ୍ରୋତ ବଢିଯିବାରୁ ନାବାଳକ ଜଣକ ଭାସି ଯାଇଥିଲେ । ସାଙ୍ଗମାନେ ଚିନ୍ମୟ ଦେବା ଭାସିଯାଉଥିବା ବେଳେ ରକ୍ଷା କରିବା ପାଇଁ ଚେଷ୍ଟା କରିଥିଲେ । ହେଲେ ତାକୁ ରକ୍ଷା କରିପାରି ନ ଥିଲେ । ପରେ ଅଗ୍ନୀଶମ କର୍ମଚାରୀମାନେ ଏହି ଝରଣା ଠାରେ ପହଞ୍ଚି ବହୁ ଖୋଜାଖୋଜି ପରେ ସୁଦ୍ଧା ନାବାଳକର କୌଣସି ପତ୍ତା ପାଇ ନ ଥିଲେ । ଚିନ୍ମୟ ଦେବାର ନିଖୋଜ ଘଟଣା ନେଇ ସଂପୃକ୍ତ ଅଞ୍ଚଳରେ ସାଧାରଣଙ୍କ ଠାରେ ଗଭିର ଦୁଃଖ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ