ବନବିଭାଗ ପକ୍ଷରୁ ବେଳାଭୂମି ସଫେଇ କାର୍ଯ୍ୟକ୍ରମ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : କୋଣାର୍କ ବନବିଭାଗ ଓ କରମଙ୍ଗା ଇଡିସି ମିଳିତ ଆନୁକୁଲ୍ୟରେ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କୁ କୋଣାର୍କ ବନ୍ଯପ୍ରାଣୀ ବନାଚଂଳ ଅଧିକାରୀ ବେଣୁଧର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବନବିଭାଗ କର୍ମଚାରୀ, କରମଙ୍ଗା ଇଡିସି ଓ ଚନ୍ଦ୍ରଭାଗା ବଜାର କମିଟି ସଭ୍ୟ ମାନେ ଯୋଗଦାନ କରି ବେଳାଭୂମି ସଫେଇ କାର୍ଯ୍ୟ ସଂପାଦିତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବରେ ଚନ୍ଦ୍ରଭାଗା ବଜାର କମିଟି ସଭାପତି ଭାସ୍କର ବେହେରା, ସାମାଜିକ କର୍ମୀ ରାମକୃଷ୍ଣ ମହାନ୍ତି ଓ ଫରେଷ୍ଟର ବବୁଲ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।


