ସହରର ଆଉ ୫ ଗୋଟି ରାସ୍ତାର ନବୀକରଣ ପାଇଁ ଶିଳାନ୍ୟାସ

ବାଲେଶ୍ୱର, (ସରୋଜ ପଣ୍ଡା) : ପୂତ୍ତ ବିଭାଗକୁ ହସ୍ତାନ୍ତର ହୋଇଥିବା ସହରର ଆଉ ୫ ଗୋଟି ରାସ୍ତାର ନବୀକରଣ ପାଇଁ ସଦର ବିଧାୟକ ସ୍ୱରୂପ କୁମାର ଦାସ ସୋମବାର ଶୁଭ ଭିତ୍ତପ୍ରସ୍ତର ସ୍ଥାପନ କରିଛନ୍ତି । ସହରର ଆଜିମାବାଦସ୍ଥିତ ନୂଆପୋଖରୀ ଛକଠାରେ ଆୟୋଜିତ ପ୍ରଥମ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଦାସ ଯୋଗଦେଇ ବିବେକାନନ୍ଦ ମାର୍ଗର ନୀଲମ ମୋଟର୍ସଠାରୁ ନର୍ଥ ହଷ୍ଟେଲ ପର୍ଯ୍ୟନ୍ତ ରାସ୍ତାର ଶିଳାନ୍ୟାସ କରିଥିଲେ । ଆଗାମୀ ଦିନରେ ମୋଟ ୪୦ କୋଟି ଟଙ୍କାର ରାସ୍ତା ନବୀକରଣ କାର୍ଯ୍ୟ ହେବ ବୋଲି ସେ ସୂଚନା ଦେଇଥିଲେ । ୧୧କୋଟି ଟଙ୍କା ବ୍ୟୟ ଅଟକଳରେ ମୋଟ ୪.୫ କିଲୋମିଟର ରସ୍ତାର ନବୀକରଣ କାର୍ଯ୍ୟ ପୂର୍ତ୍ତ ବିଭାଗ ଧାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ କରିବ ବୋଲି ବିଧାୟକ ଶ୍ରୀ ଦାସ ଆଶାପ୍ରକାଶ କରିଥିଲେ । ସେହିପରି ମିର୍ଜାପୋଖରୀ ଛକରୁ ମାଣିଖମ୍ବ ହରିସଭା ମଣ୍ଡପ ଦେଇ ଅପର୍ଣ୍ଣା କରଙ୍କ ଘର ପର୍ଯ୍ୟନ୍ତ ରାସ୍ତା, ଭାସ୍କରଗଞ୍ଜର ଜେଆର ପଟ୍ଟନାୟକ ରୋଡ଼ରୁ ଭାସ୍କରଗଞ୍ଜ ଛକ ପର୍ଯ୍ୟନ୍ତ ରାସ୍ତ, ସହଦେବଖୁଣ୍ଟା ଫାଣ୍ଡିରୁ ଚାନ୍ଦମାରୀ ପଡ଼ିଆ ଏମସିସି ଓ ଏମଆରଏଫ ଛକ ପର୍ଯ୍ୟନ୍ତ ରାସ୍ତା ଏବଂ ଶୋଭାରାମପୁର ରେଲୱେ କ୍ରସିଂଠାରୁ ବାଲିଆ କଲଭର୍ଟ ପର୍ଯ୍ୟନ୍ତ ରାସ୍ତା ପାଇଁ ପୃଥକ ପୃଥକ କାର୍ଯ୍ୟକ୍ରମରେ ଯୋଗଦେଇ ବିଧାୟକ ଶ୍ରୀ ଦାସ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ