ଘୁ.ଉଦୟଗିରି ବ୍ଲକ୍‌ ଅଧ୍ୟକ୍ଷା : ଦାୟିତ୍ୱରେ ରହିଲେ ଉପାଧକ୍ଷ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ.ଉଦୟଗିରି ବ୍ଲକ୍‌ ଅଧ୍ୟକ୍ଷା ଦୀପ୍ତିରେଖା ପ୍ରଧାନଙ୍କ ବିରୋଧରେ ଅସନ୍ତୁଷ୍ଟ ସମିତି ସଭ୍ୟ ଏବଂ ସରପଞ୍ଚମାନେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ଏହା ଉପରେ ଭୋଟ୍‌ ମଧ୍ୟ ସରିଥିଲା। ଶ୍ରୀମତୀ ପ୍ରଧାନ ଏହାକୁ ବିରୋଧ କରି ହାଇକୋର୍ଟ ଯାଇଥିଲେ। ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ବଳରେ ଅନାସ୍ଥା ଭୋଟ ଫଳାଫଳ ଉପରେ ରୋକ୍‌ ଲାଗିଥିଲା। ଗତ ଜୁଲାଇ ମାସ ୫ ତାରିଖରେ ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପୁନର୍ବାର ଅନାସ୍ଥା ପ୍ରସ୍ତାବ ଆଗତ ହୋଇ ଭୋଟ ହୋଇଥିଲା। ସେତେବେଳେ ମଧ୍ୟ ଦୀପ୍ତିରେଖା ଉଚ୍ଚ ନ୍ୟାୟାଳୟରୁ ରହିତାଦେଶ ଆଣିବା ଯୋଗୁଁ ଫଳାଫଳ ଘୋଷଣା ନ ହୋଇ ସ୍ଥଗିତ ରହିଥିଲା । ବାଲିଗୁଡ଼ା ଉପଜିଲ୍ଲାପାଳ ଡ଼.ଶୁଭଙ୍କର ମହାପାତ୍ରଙ୍କ ଚିଠି ନମ୍ବର ୩୧୬୧ ଅନୁସାରେ ଓଡ଼ିଶା ପଞ୍ଚାୟତ ସମିତି ଆଇନ ୧୯୫୯ର ଧାରା-୪(ଖ) ଅନୁସାରେ ଚଳିତ ବର୍ଷ ଜୁଲାଇ ୫ ତାରିଖରେ ଅନାସ୍ଥା ଭୋଟ ଅନୁଷ୍ଠିତ ହୋଇଥିଲା। ମୋଟ ସଭ୍ୟସଭ୍ୟାଙ୍କ ମଧ୍ୟରୁ ଦୁଇ ତୃତୀୟାଂଶରୁ ଊର୍ଦ୍ଧ୍ବ ଉପସ୍ଥିତ ରହି ଅନାସ୍ଥା ସପକ୍ଷରେ ମତ ଦେଇଥିଲେ। ଏହି ଆଧାରରେ ଦିପ୍ତୀରେଖା ପ୍ରଧାନଙ୍କୁ ବ୍ଲକ୍‌ ଅଧ୍ୟକ୍ଷା ପଦରୁ ପଦଚ୍ୟୁତ କରାଯିବା ସହ ଉପାଧକ୍ଷ ହୃଦାନନ୍ଦ କହଁରଙ୍କୁ ଦାୟିତ୍ୱ ଦେବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଉପଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା-୩୧୬୧/୧/୧୦.୨୦୨୧ରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ଜଣାପଡିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ