ରେଡ଼କ୍ରସ ତାଲିମ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

କୋଦଳା, (ଗୁଲସନ କୁମାର କର):ସ୍ଥାନୀୟ ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟରେ ୦୨ ତାରିଖ ଠାରୁ ଯୁବ ରେଡ଼କ୍ରସର ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ଉକ୍ତ କଲେଜର ପ୍ରାକ୍ତନ ପରିଚାଳନା ପରିଷଦର ସମ୍ପାଦକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ରଥ ଉଦଘାଟନ କରିଥିବା ବେଳେ ଅଧ୍ୟକ୍ଷ ଡ଼ଃ ପଦ୍ମଚରଣ ପାଢ଼ୀ ସଭାକାର୍ୟ୍ଯର ସଭାପତିତ୍ୱ କରିଥିଲେ। ଯୁବ ରେଡ଼କ୍ରସର ସଂଯୋଜକ ଶ୍ରୀ ସାଗର ଚାନ୍ଦ ପାତ୍ର ସଭା ସଂଯୋଜନା କରିଥିଲେ। ଅନ୍ୟ ମହାବିଦ୍ୟାଳୟ ର ସଂଯୋଜକ ମାନେ ସେମାନଙ୍କ କଲେଜର ସ୍ବେଛାସେବୀ ମାନଙ୍କୁ ଆଣିଥିଲେ। ସେଥି ମଧ୍ୟରୁ ଲଙ୍ଗଳେଶ୍ଵର ମହାବିଦ୍ୟାଳୟର ଶ୍ରୀଯୁକ୍ତ ପ୍ରଭାକର ପାଢ଼ୀ, ରାମଚନ୍ଦ୍ର ମର୍ଦ୍ଦରାଜ ମହାବିଦ୍ୟାଳୟର ଶ୍ରୀ ଟି.ଅକ୍ଷୟ କୁମାର ଏବଂ ଲକ୍ଷ୍ମୀ ନାରାୟଣ କଲେଜର ବିଷ୍ଣୁ ନାରାୟଣ ସେଠି ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଥମ ଦିନରେ ରେଡ଼କ୍ରସ ର ଉପାଦେୟତା ଉପରେ ଟି. ଅକ୍ଷୟ କୁମାର, ଦେବେନ୍ଦ୍ର ମହାରଣା ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଦ୍ୱିତୀୟ ଦିନରେ ସ୍ୱେଚ୍ଛାସେବୀ ମାନଙ୍କୁ ତୃତୀୟ ଦିନରେ ଡିଜାଷ୍ଟର ମେନେଜମେଣ୍ଟ ଉପରେ ଉପଦେଶ ପ୍ରଦାନ କରାଯାଇଥିଲା। ଉଦଯାପନି ଉତ୍ସବରେ ଶ୍ରୀ ଲୋକନାଥ ମିଶ୍ର ,ନିର୍ଦେଶକ(ଅରୁଣା) ବ୍ରହ୍ମପୁର ମହୋଦୟ ପିଲାମାନଙ୍କୁ ଏଚଆଇବି ,ଏଡ଼ସ ଉପରେ ବିଷଦ ବିବରଣୀ ପ୍ରଦାନ କରିଥିଲେ। ପରିଶେଷରେ ଉକ୍ତ ସଭାକୁ ବିଶେଷ ସାଫଲ୍ୟ ମଣ୍ଡିତ କରିଥିବା ଯୋଗୁଁ ସେମାନଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ