ଉତ୍କଳମଣି ଥିଲେ ଭାଷା, ସାହିତ୍ୟ, ସମାଜସେବା ଓ ସାମ୍ବାଦିକତାର ସର୍ବକାଳୀନ ଆଦର୍ଶ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଓ ଓଡ଼ିଶା ଭାଷା ସାହିତ୍ୟ ସଂସ୍କୃତି ପକ୍ଷରୁ ଏକ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ, ୧୪୫ତମ ଜୟନ୍ତୀ ଅବସରରେ ସ୍ମୃତିଚାରଣ ପୂର୍ବକ କହିଥିଲେ ଯେ ଉତ୍କଳମଣି ଗୋପବନ୍ଧୁ ଏକାଧାରରେ ସାହିତ୍ୟିକ, ସମାଜସେବୀ, ଭାଷାପ୍ରାଣ, ସାମ୍ବାଦିକତାର ସର୍ବକାଳୀନ ଆଦର୍ଶ ସହ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବାରେ ତାଙ୍କ ଭୂମିକା ଅବିସ୍ମରଣୀୟ । ବହୁ କାଳଜୟୀ ରଚନା ମାଧ୍ୟମରେ ସମାଜକୁ ସେ ଦିଗଦର୍ଶନ ଦେବା ସହ ଏକ ବୈପ୍ଳବିକ ପରିବର୍ତ୍ତନ ଆଣି ପାରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ରମେଶ ଚନ୍ଦ୍ର ସାଏ ଗୋପବନ୍ଧୁଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ଉପରେ ବକ୍ତବ୍ୟ ରଖିଥିଲେ । ବନ୍ଦୀର ଆତ୍ମକଥା, କାରା କବିତା ତାଙ୍କର ଅମର କୃତି । ଆଜିର ଯୁବପିଢ଼ି ତାଙ୍କ ଆଦର୍ଶକୁ ଅନୁସରଣ କରିବା ଉଚିତ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ପୂଜ୍ୟ ପୂଜା ପାଇଁ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କୁ ଗୋପବନ୍ଧୁ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ଅଭିଯାନର ବରିଷ୍ଠ ସଦସ୍ୟ ରମେଶ ଚନ୍ଦ୍ର ପାତାଳ ସିଂ, ସରକାରଙ୍କ ସଂସ୍କୃତି ଅନୁସଚିବ ଲକ୍ଷ୍ମୀଧର ବେହେରା, ସଂଯୋଜକ ବାପୁ ଓଝା, ରୋହିତ କୁମାର, ନାରାୟଣ ଖୁଣ୍ଟିଆ, ଶୁଭମ୍‌, ବି. ମୁରଲୀଧର, ବିଜୟ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ