ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା) : ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ଅକ୍ଟୋବର ମାସର ମାସିକ ବୈଠକ ସଙ୍ଗଠନ କାର୍ଯ୍ୟାଳୟ ପରିସରରେ ଧୀରେନ୍ଦ୍ର ନାରାୟଣ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଜୟନ୍ତୀ ଅବସରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ସ୍ମୃତିଚାରଣ କରାଯାଇଥିଲା । ପରେ ସଂଘର ସାଧାରଣ ସଂପାଦକ ଇଂ. ବନମାଳୀ ନାୟକ ପୂର୍ବ ବୈଠକର ବିବରଣୀପାଠ, ଆଗାମୀ କାର୍ଯ୍ୟକ୍ରମ ବିଶେଷ ଭାବେ ବାର୍ଷିକ ଅଧିବେଶନ ଓ ସ୍ମରଣିକା ‘ଉତ୍ତରାୟଣ’ର ପ୍ରକାଶନ ବିଷୟରେ ସୂଚନା ଦେଇ ସଭ୍ୟ/ସଭ୍ୟାଙ୍କ ମତାମତ ଆହ୍ୱାନ କରିଥିଲେ । ବାଲେଶ୍ୱର ସହର ଚିଡ଼ିଆପୋଲ ପାଖ ଜନୌଷଧି ଦୋକାନର ମାଲିକ ସିଲବ ସତ୍ୟକାମଙ୍କ ଦ୍ୱାରା ବରିଷ୍ଠ ନାଗରିକଙ୍କ ଉଦ୍ଦେଶ୍ୟରେ ଆସିଥିବା ଜନୌଷଧି କିଟସ ଉପସ୍ଥିତ ସଭ୍ୟମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ଉକ୍ତ ବୈଠକରେ ଉପସଭାପତି ଇଂ. ସୁରେନ୍ଦ୍ର ନାଥ ଦାସ, ଇଂ. ଗୌରାଙ୍ଗ ସାହୁ, ଭବେଶ ଚନ୍ଦ୍ର ପଣ୍ଡା, ଶେଖ ଆଲ୍ଲାଉଦ୍ଦିନ୍, ବସନ୍ତ କୁମାର ନାୟକ, ସୁଦର୍ଶନ ଦାସ, ବିଷ୍ଣୁଚରଣ ପାଢ଼ୀ, ବେଣୁଧର ପାଳ, ପ୍ରଫୁଲ୍ଲ କୁମାର ଦାସ, ପୁଷ୍ପଲତା ମହାନ୍ତି, ସାବିତ୍ରୀ ଦାସ, ଇଂ. କେଶବ ଚନ୍ଦ୍ର ମହାନ୍ତି, ବିଜୟ କୁମାର ଦାସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଡ. କ୍ଷିତୀଶ୍ୱର ଦାଶ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।