ସ୍ବାସ୍ଥ୍ୟକେନ୍ଦ୍ର ପ୍ରବେଶ ପଥ ରାସ୍ତା ଅନ୍ଧାର, ରୋଗୀ ଓ ଲୋକ ହନ୍ତସନ୍ତ

ନିମାପଡା, (ସନ୍ତୋଷ ଦାଶ) : ପୁରୀ ଜିଲ୍ଲା ଚାରିଛକ ସ୍ଥିତ ୩୦ ଶଯ୍ୟା ବିଶିଷ୍ଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଉପରେ ନିମାପଡା, ଗୋପ, କାକଟପୁର, ଅସ୍ତରଙ୍ଗ, ନିଆଳି ପ୍ରଭୃତି ବ୍ଲକ ଅଞ୍ଚଳର ଜନସାଧାରଣ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି । ଏଥିସହିତ ଚାରିଛକସ୍ଵାସ୍ଥ୍ୟ କେନ୍ଦ୍ରଟି ମୁଖ୍ୟରାସ୍ତାପାଶ୍ଵରେଅବସ୍ଥିତହୋଇଥିବାରୁ ଚାରିଛକ- କାକଟପୁର, ଚାରିଛକ-ନିମାପଡା,ଚାରିଛକ-ଗୋପ , ଚାରିଛକ – ନିଆଳି ମୁଖ୍ୟରାସ୍ତା ରେ ଘଟୁଥିବା ଦୁର୍ଘଟଣା ରେ ଆହାତଯାତ୍ରୀ ମାନଙ୍କୁ ଜରୁରୀ କାଳୀନ ଚିକିତ୍ସା ପାଇଁ ଏଠାକୁ ଅଣାଯାଇଥାଏ । ଅପରପକ୍ଷରେ ଏହି ସ୍ଵାସ୍ଥ୍ୟ କେନ୍ଦ୍ର ରେ ଶବ ବ୍ୟବଚ୍ଛେଦ କେନ୍ଦ୍ର ରହିଥିବାରୁ ବିଭିନ୍ନ ଥାନା/ଫାଣ୍ଡି ପୋଲିସ ପକ୍ଷରୁ ଶବକୁ ବ୍ୟବଚ୍ଛେଦ ପାଇଁ ଏଠାକୁ ଅଣାଯାଇଥାଏ । ଏହି ସବୁ କାରଣରୁ ସଂଧ୍ୟା ରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏଠାରେ ରୋଗୀ ଓ ଲୋକ ମାନଙ୍କ ଗହଳି ଲାଗିରହିଥାଏ। ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ପ୍ରବେଶ ଦ୍ଵାର ସମ୍ମୁଖରେ ଏକ ତୋରଣ ନିର୍ମାଣ ଚାଲିଥିବାରୁ ଏହି ପ୍ରବେଶ ପଥ ଟି ବନ୍ଦ ରହିଛି। ଏଣୁ ବାଧ୍ୟ ହୋଇ ରୋଗୀ ଓ ଜନସାଧାରଣ ମୁଖ୍ୟ ରାସ୍ତା ରୁ ପଥରପଦା କୁ ଯାଇ ଥିବା ରାସ୍ତା ଦେଇ ଦିତୀୟ ପ୍ରବେଶ ପଥ ରେ ସ୍ଵାସ୍ଥ୍ୟ କେନ୍ଦ୍ର କୁ ଯାତାୟାତ କରୁଛନ୍ତି। ଏହି ରାସ୍ତାଟିରେ ଆଲୋକ ନଥିବାରୁ ଅନ୍ଧାର ରେ ବୁଡି ରହୁଛି । ରାତି ରେ ସ୍ଵାସ୍ଥ୍ୟ କେନ୍ଦ୍ର କୁ ଯାତାୟାତ କରୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ଆଲୋକିକରଣ ରେ ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରୁଥିବା ବେଳେ ସ୍ଵାସ୍ଥ୍ୟ କେନ୍ଦ୍ର ର ଏହି ରାସ୍ତା କୁ ଆଲୋକିକରଣ କରିବାକୁ କେହି ମନଧ୍ୟାନ ଦେଉନାହାନ୍ତି। ଫଳରେ ସାଧାରଣ ରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ତୁରନ୍ତ ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାମାଜିକ କର୍ମୀ ଚନ୍ଦ୍ରକାନ୍ତ ଦଳାଇ ଓ କୃଷକ ନେତା ସନାତନ ପାତ୍ର ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ