ଖାଦ୍ୟ ନିରାପତ୍ତା ଟିମର ଚଢ଼ଉ

ବାଲେଶ୍ୱର, (ସରୋଜ ପଣ୍ଡା) : ପାର୍ବଣରେ ବାସି ଓ ନିମ୍ନମାନର ଖାଦ୍ୟ ବିକ୍ରି ଉପରେ ଅଙ୍କୁଶ ଲଗାଇବାକୁ ଜିଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ । ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ଖାଦ୍ୟ ନିରାପତ୍ତା ଟିମ ଦ୍ୱାରା ଗତ ୧୫ଦିନ ଧରି ସହରାଞ୍ଚଳର ବିଭିନ୍ନ ହୋଟେଲ, ଜଳଖିଆ ଦୋକାନ, ମିଠା ଦୋକାନ, ଖାଦ୍ୟସାମଗ୍ରୀ ବିକ୍ରି କରୁଥିବା ରାସ୍ତାପାଶ୍ୱର୍ ଉଠା ଦୋକାନ ପ୍ରଭୃତିରେ ଅଚାନକ ଚଢ଼ଉ ଜାରି ରହିଛି । ସହରର ମୋତିଗଞ୍ଜ, ନୂଆବଜାର, ଫକୀରମୋହନ ଗୋଲେଇ ଓ କୁରୁଡ଼ା ଅଞ୍ଚଳରେ ବିକ୍ରି ହେଉଥିବା ଖାଦ୍ୟପଦାର୍ଥର ଗୁଣାତ୍ମକ ମାନ ଯାଞ୍ଚ କରାଯାଇଥିଲା । ଏହି ଚଢ଼ଉ ସମୟରେ ପ୍ରାୟ ୫୦ କିଲୋ ବାସି ଖାଦ୍ୟ ଓ ମିଷ୍ଟାନ୍ନ ନଷ୍ଟ କରାଯିବା ସହ ଦୋକାନୀଙ୍କଠାରୁ ୧୫ହଜାର ୬ଶହ ଟଙ୍କାର ଜରିମାନା ଆଦାୟ କରାଯାଇଛି । ସେହିଭଳି ନୀଳଗିରି ଓ ରେମୁଣା ଅଞ୍ଚଳ ମଧ୍ୟ ଚଢ଼ଉ କରାଯାଇ ୫ହଜାର ୮ଶହ ଟଙ୍କା, ସୋର ଏବଂ କୁରୁଡା ଅଞ୍ଚଳରୁ ୫ହଜାର ୫ଶହ ଟଙ୍କା ଏବଂ ଜଳେଶ୍ୱର ଓ ବାଲେଶ୍ୱର ସହରାଞ୍ଚଳରୁ ୪ହଜାର ୩ଶହ ଟଙ୍କା ଜୋରିମାନା ଆଦାୟ ହୋଇଛି । ଖାଦ୍ୟ ଓ ମିଷ୍ଟାନ୍ନର ଗୁଣାତ୍ମକ ମାନ ବଜାୟ ରଖିବା ସହିତ ସେଗୁଡିକର ପ୍ରସ୍ତୁତ/ତିଆରି ତାରିଖ ଏବଂ ଏକ୍ସପାରି(ସମାପ୍ତି) ତାରିଖ ଉଲେଖ କରିବାକୁ ସମସ୍ତ ଦୋକାନୀକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ଖିଲାପକାରୀଙ୍କ ଖାଦ୍ୟ ବ୍ରିକ୍ରି ପଞ୍ଜୀକରଣ ରଦ୍ଦ କରାଯିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମୃତ୍ୟୁଞ୍ଜୟ ମିଶ୍ର, ଖାଦ୍ୟ ସୁରକ୍ଷା ଅଧିକାରିଣୀ ଅନୁଶ୍ରୀ ଖଟୁଆ, ସ୍ୱାସ୍ଥ୍ୟ ସୁପରଭାଇଜର ଗଦାଧର ବେହେରାଙ୍କ ସମେତ ବିଭାଗୀୟ କର୍ମଚାରୀ ନିତ୍ୟାନନ୍ଦ ପତି, ରାମଚନ୍ଦ୍ର ପତି ଏବଂ ହରିହର ଦାସ ପ୍ରମୁଖ ଏହି ଚଢ଼ଉରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ