ଜିଲ୍ଲାସ୍ତରୀୟ ଘରକୁ ଘର ସର୍ଭେକ୍ଷଣ ପ୍ରଶିକ୍ଷଣ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା): ୨୦୨୭ ରେ ହେବାକୁ ଥିବା ପୋୖର ଏବଂ ପଞ୍ଚାୟତିରାଜ ନିର୍ବାଚନ ପାଇଁ ଏକ ସ୍ୱଚ୍ଛ, ଅଦ୍ୟତନ ଏବଂ ନାଗରିକ କୈନ୍ଦ୍ରିକ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଘରକୁ ଘର ବୁଲି ସର୍ବେକ୍ଷଣ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପୂର୍ବାହ୍ନ ଘ୧୦.୩୦ ମିନିଟରେ ଅନୁଷ୍ଠିତ ହୋଇଯାଇଛି I ଏହି ପ୍ରଶିକ୍ଷଣ କାର୍ଯକ୍ରମକୁ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ଡ. ମଧୁସ୍ମିତା ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଯାଇଛି I ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କାର୍ଯ୍ୟ ନିର୍ବାହୀ ଅଧିକାରୀ, ବାଲେଶ୍ୱର ପୋୖରପାଳିକା ଶ୍ରୀଯୁକ୍ତ ଶୁଭ୍ର ସିରିୟଲ ପଟେଲ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ନୀଳଗିରି ଶ୍ରୀଯୁକ୍ତ ବିକ୍ରମ କିଶୋର ପରିଡା, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଖଇରା ଶ୍ରୀଯୁକ୍ତ ନାରାୟଣ ସାହୁ, ଡେପୁଟି ଜିଲ୍ଲାପାଳ ଡ. ପ୍ରବୋଧ କୁମାର ମଲ୍ଲିକ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀଯୁକ୍ତ ଦେବାନନ୍ଦ ବେହେରା, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ I ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବ୍ଲକ ସ୍ତରରେ ଅକ୍ଟୋବର ୧୬ ପର୍ଯ୍ୟନ୍ତ ଚାଲିବ ଏବଂ ଅକ୍ଟୋବର ୨୪ ରୁ ନଭେମ୍ବର ୦୭ ପର୍ଯ୍ୟନ୍ତ ବିଏଲଓ ମାନେ ଘରକୁ ଘର ବୁଲି ଭୋଟର ତାଲିକା ପ୍ରସ୍ତୁତ କରିବେ I ଆଗାମୀ ୨୦୨୭ ପୋୖର ଏବଂ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ତାଲିକା ପ୍ରସ୍ତୁତ ହେବ I ଏକ ସ୍ବଚ୍ଛ ନିର୍ବାଚନ କରିବା ଉଦ୍ଦେଶ୍ୟରେ ଏହି ଭୋଟର ତାଲିକା ପ୍ରସ୍ତୁତି ହେବ।
ଏହି କାର୍ଯକ୍ରମକୁ ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀଯୁକ୍ତ ଦେବାନନ୍ଦ ବେହେରା ପରିଚାଳନା କରିଥିବା ବେଳେ କାର୍ଯ୍ୟ ନିର୍ବାହୀ ଅଧିକାରୀ, ବାଲେଶ୍ୱର ପୌରପାଳିକା ଶ୍ରୀଯୁକ୍ତ ଶୁଭ୍ର ସିରିୟଲ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।


