କବିସମ୍ରାଟ ସାହିତ୍ୟ ସଂସଦର ଶାରଦୀୟ ଆସର ପୂଜା ବିଶେଷାଙ୍କ ‘ବୈଜୟନ୍ତୀ’ ଲୋକାର୍ପିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା) : ପବିତ୍ର ସାରସ୍ୱତ ଧାମ ଭଞ୍ଜନଗରରେ ଗଢ଼ି ଉଠିଥିବା ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘କବିସମ୍ରାଟ ସାହିତ୍ୟ ସଂସଦ’ର ଶାରଦୀୟ ଆସର, ଆଲୋଚନା ଚକ୍ର ହେବା ସହ ଏହାର ପତ୍ରିକା ‘ବୈଜୟନ୍ତୀ’ର ପୂଜା ସଂଖ୍ୟା ଲୋକାର୍ପିତ ହୋଇଯାଇଛି । ଅନୁଷ୍ଠାନ ସଭାପତି ଡ. ସୁରେଶ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆସରକୁ ବିଶିଷ୍ଟ ଆଇନଜୀବୀ ରାଜେନ୍ଦ୍ର ପ୍ରସାଦ ପ୍ରଧାନ ଉଦ୍‌ଘାଟନ କରିଥିବାବେଳେ ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଥିଲେ ଡ. କମ୍ବୁପାଣି ସାମନ୍ତ । ‘ସାହିତ୍ୟରେ ଆଦର୍ଶ’ ଶୀର୍ଷକ ଏହି ଆଲୋଚନା ଅତ୍ୟନ୍ତ ହୃଦୟସ୍ପର୍ଶି ଥିଲା । ଡ. କମ୍ବୁପାଣି ସାମନ୍ତ ଉଭୟ ପ୍ରାଚୀନ ଏବଂ ସାଂପ୍ରତିକ ସାହିତ୍ୟରେ ଥିବା ଆଦର୍ଶର ଦୃଷ୍ଟାନ୍ତ ଦେଇ ଉପସ୍ଥିତ ଜନତାଙ୍କୁ ଜୀବନରେ ଆଦର୍ଶକୁ ସର୍ବଦା ଗ୍ରହଣ କରିବାକୁ ପରାମର୍ଶ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ କବି ପ୍ରଶାନ୍ତ ମହାନ୍ତି ଯୋଗଦେଇ ସାହିତ୍ୟର ବିଭିନ୍ନ ଯୁଗରେ ସ୍ରଷ୍ଟାର ତୂଳୀତଳ୍ପରେ ପ୍ରତିବିମ୍ବିତ ଆଦର୍ଶବାଦର ଉଦାହରଣ ଦେଇଥିଲେ । ସମ୍ମାନିତ ଅତିଥିଭାବେ ରବୀନ୍ଦ୍ର ଆଚାର୍ଯ୍ୟ, ବଳରାମ ସ୍ୱାଇଁ, ପଣ୍ଡିତ ରାମକୃଷ୍ଣ ପତି, ସନ୍ତୋଷ କୁମାର ନାୟକ ଯୋଗଦେଇ ଥିବାବେଳେ ବିଶିଷ୍ଟ ଲେଖକ ସରୋଜକାନ୍ତ ରଥଙ୍କୁ ‘ବୈଜୟନ୍ତୀ-୨୧’ ସମ୍ମାନ ଏବଂ ତପସ୍ୱିନୀ ମିଶ୍ରଙ୍କୁ ‘ବୈଜୟନ୍ତୀ କବିତା ସମ୍ମାନ’ ପ୍ରଦାନ କରାଯାଇଥିଲା । କୁମାର କାର୍ତିକେଶ୍ୱର ପ୍ରଧାନ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅଧ୍ୟାପକ ଅଶୋକ ସ୍ୱାଇଁ, ଦୁର୍ଗା ପ୍ରସାଦ ଦାଶ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିବାବେଳେ ମଂଚ ପରିଚାଳନାରେ ସୁଜାତା ଷଡ଼ଙ୍ଗୀ, ଡ.ଅଶୋକ କୁମାର ଷଡ଼ଙ୍ଗୀ, ସ୍ୱର୍ଣ୍ଣେନ୍ଦୁ ପଣ୍ଡା, ସମୀର ନାୟକ, ସୁଜାତା ସିଂ ପ୍ରମୁଖ ସାହାଯ୍ୟ କରିଥିଲେ । ଶେଷରେ ଡ. ଲତିକା ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।
ଘୁମୁସରରୁ ପ୍ରଥମ କରି ପ୍ରକାଶ ପାଇଥିବା ସାରସ୍ୱତ ପତ୍ରିକା ‘ବୈଜୟନ୍ତୀ’ର ପ୍ରବନ୍ଧ ବିଭାଗରେ ବିଶିଷ୍ଟ ଭାଷାବିତ ପ୍ରଫେସର ଦେବୀପ୍ରସନ୍ନ ପଟ୍ଟନାୟକ, ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, ଡ. ଅଶୋକ ରଥ, ବିଜୟ ନାୟକ, କୃଷ୍ଣ କେଶବ ଷଡ଼ଙ୍ଗୀ, ପ୍ରତିଭା ରାୟ, ଡ. ବାବାଜୀ ଚରଣ ପଟ୍ଟନାୟକ, ଡ. ହୃଷିକେଶ ପଣ୍ଡା, ଡ. ପ୍ରସନ୍ନ ସ୍ୱାଇଁ, ଡ଼. କମ୍ବୁପାଣି ସାମନ୍ତ, ପ୍ରଫେସର ବସନ୍ତ କୁମାର ପଣ୍ଡା, ଡ. ଉଷା ପାଢ଼ୀ, ରମାକାନ୍ତ ମିଶ୍ର, ସରୋଜ କୁମାର ନନ୍ଦଙ୍କ ଭଳି ଲେଖକ ସ୍ଥାନ ପାଇଥିବାବେଳେ କବିତା ବିଭାଗରେ ବିଶିଷ୍ଟ କବି ରମାକାନ୍ତ ରଥ, ସୀତାକାନ୍ତ ମହାପାତ୍ର, ସୌଭାଗ୍ୟ କୁମାର ମିଶ୍ର, ମନୋରମା ମହାପାତ୍ର, ଅମରେନ୍ଦ୍ର ଖଟୁଆ, ଦିଲ୍ଲୀପ ଦାସ, ବିପିନ ନାୟକ, ଫନୀ ମହାନ୍ତି, ସୁଶାନ୍ତ ଦାଶ, ଅଶ୍ୱିନୀ କୁମାର ମିଶ୍ର, ପ୍ରବୋଧ କୁମାର ରାଉତ, ରକ୍ଷକ ନାୟକ ଆଦି ବହୁ ପ୍ରତିଷ୍ଠିତ କବିଙ୍କର ଲେଖା ସ୍ଥାନ ପାଇଛି । ଗଳ୍ପ ବିଭାଗରେ ସଦାନନ୍ଦ ତ୍ରିପାଠୀ, ତରୁଣ କୁମାର ସାହୁ, ହଳଧଳ ପଣ୍ଡା, ତ୍ରିନାଥ ପଟ୍ଟନାୟକ, ଡ. ଦାଶରଥୀ ଭୂୟାଁ, ଡ଼. ମଞ୍ଜୁବାଳା ପଣ୍ଡା, ଡ. ସୁରେଶ ଚନ୍ଦ୍ର ପଣ୍ଡା ସ୍ଥାନ ପାଇଥିବାବେଳେ ଗୀତିକବିତାରେ ବିଶିଷ୍ଟ କବି ଗିରିଜା କୁମାର ବଳିୟାର ସିଂ, ଲକ୍ଷ୍ମୀକାନ୍ତ ପାଢ଼ୀ, ମନୋଜ ମହାନ୍ତି, ଡ଼. ନୃସିଂହ ଚରଣ ଷଡ଼ଙ୍ଗୀ, ମନୋଜ ପଟ୍ଟନାୟକ, ଯୋଗାନନ୍ଦ ସାହୁ, ଡ଼. ଅଶୋକ କୁମାର ଷଡ଼ଙ୍ଗୀ ପ୍ରମୁଖ ସ୍ଥାନ ପାଇଛନ୍ତି । ଆଲୋଚନାରେ ଡ଼. ଶରତ କୁମାର ଷଡ଼ଙ୍ଗୀ, ରାଜେନ୍ଦ୍ର ଷଡ଼ଙ୍ଗୀ, ଅଶୋକ ସାହୁ, ପ୍ରିୟ ରଞ୍ଜନ ପଟ୍ଟନାୟକ, ଡ଼. ସୀମାଂଚଳ ପ୍ରଧାନ ପ୍ରମୁଖ ସ୍ଥାନ ପାଇଛନ୍ତି । ପତ୍ରିକାଟିର ପ୍ରଚ୍ଛଦ ପଟ ଆକର୍ଷଣ ହୋଇଥିବାବେଳେ ପାଠକୀୟ ଆଦୃତ ଲାଭ କରିବାର ଆଶା ରହିଛି । ଏହି ସଭାରେ ଅଂଚଳର ବହୁ ସାହିତ୍ୟ ଅନୁରାଗୀ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ