କବି ଦିଲ୍ଲୀପ କୁମାର ଦାସଙ୍କ ପରଲୋକ, “ଘୁମୁସର ର ସ୍ୱର” ପକ୍ଷରୁ ଶ୍ରଦ୍ଧାଞ୍ଜଳି

ବୁଗୁଡା, (ଅନିଲ ମହାରଣା):”ସୁଦୂରରୁ ଅନେକ ଦୂର” “ପକ୍ଷୀଟିଏ ବସିଛି ଡାଳରେ ଛାଇ ତାର ପୋଖରୀ ଜଳରେ”, “ବିଲୁପ୍ତ ସାମ୍ରାଜ୍ୟ”, “ବୁଡି ଯାଉଥିବା ଦେଶ” ପ୍ରଭୃତିର ରଚୟିତା ଅବସରପ୍ରାପ୍ତ ଓଡ଼ିଆ ଅଧ୍ୟାପକ କବି ଦିଲ୍ଲୀପ କୁମାର ଦାସ ଅକ୍ଟୋବର ୧୨ ତାରିଖ ଭୋର ୩ ଟା ସମୟରେ ୭୯ ବର୍ଷ ବୟସରେ ପରଲୋକ ଗମନ କରିଥିବା ବେଳେ ପୁରୀ ସ୍ୱର୍ଗଦ୍ୱାରରେ ମର ଶରୀରକୁ ସଂସ୍କାର କରାଯାଇଛି। ଗଞ୍ଜାମ ଜିଲ୍ଲା ଆସିକାରେ ସ୍ବର୍ଗତ କବି ଦିଲ୍ଲୀପ ଦାସ ୧୯୪୨ ମସିହା ଜୁନ ୧୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। କଥା ଅଛି ତୁଳସୀ ଦୁଇ ପତ୍ରରୁ ବାସେ। ଛାତ୍ର ଜୀବନରୁ ହିଁ କବି ସ୍ୱର୍ଗତ ଦାସ କବିତା ରଚନା କରିଥିବାବେଳେ ସମସ୍ତଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇପାରିଥିଲେ। ବିଭିନ୍ନ ଅନୁଷ୍ଠାନରୁ ବହୁ ସମ୍ମାନ ପାଇବା ସହ ତାଙ୍କର କବିତା ଗ୍ରନ୍ଥ ” ସୁଦୁରରୁ ଅନେକ ଦୂର ” ପାଇଁ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୧୯୯୮-୯୯ ବର୍ଷ ର ସାରସ୍ୱତ ପୁରସ୍କାର ପ୍ରାପ୍ତ ହୋଇଥିଲା। ତାଙ୍କ ବିୟୋଗ ଓଡିଆ ସାହିତ୍ୟ ଜଗତ ପାଇଁ ଏକ ଅପୁରଣୀୟ କ୍ଷତି। ସ୍ବର୍ଗତ କବି ଦିଲ୍ଲୀପ କୁମାର ଦାସଙ୍କ ବିୟୋଗରେ ବାଲିପଦରର ପ୍ରତିଷ୍ଠିତ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ” ଘୁମୁସର ର ସ୍ୱର” ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଆତ୍ମାର ସଦଗତି କାମନା କରି ଡକ୍ଟର ଶରତ କୁମାର ଜେନା,ଡକ୍ଟର କୁଳମଣି ଓଝା , ଡକ୍ଟର ଲମ୍ବୋଦର ପାଣିଗ୍ରାହୀ, ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର, କବି ଅନନ୍ତ କର, ଗୈାରୀପତି ଦାଶ, ଡକ୍ଟର ଶ୍ୟାମାପ୍ରସାଦ ମିଶ୍ର, ଡକ୍ଟର ଅନନ୍ତ ରାମ କର, ବଳରାମ ପୂଜାରୀ, ଡକ୍ଟର ବାୟାମନ୍ୟୁ ଚର୍ଚ୍ଚି, ଡକ୍ଟର ସିଦ୍ଧାର୍ଥ ଶଙ୍କର ପାଢ଼ୀ, ମନୋରଞ୍ଜନ ପାଣିଗ୍ରାହୀ, ମେଜର ରମାରମଣ ପାଢ଼ୀ, ଡକ୍ଟର ସଦାନନ୍ଦ ତ୍ରିପାଠୀ, ବୃନ୍ଦାବନ ଦଳେଇ, ଡକ୍ଟର ରଞ୍ଜିତା କୁମାରୀ ମିଶ୍ର, ଦୀନବନ୍ଧୁ ଶ୍ରୀ ପଲ୍ଲବ, ନଳୀନି ଗୈାଡ, ଡକ୍ଟର ସୁରେଶ ଚନ୍ଦ୍ର ପଣ୍ଡା, ଡକ୍ଟର ରାଜେନ୍ଦ୍ର କୁମାର ପାଢ଼ୀ, ଡକ୍ଟର ବ୍ରଜ କିଶୋର ପାଢ଼ୀ, କୃଷ୍ଣ ଚନ୍ଦ୍ର ତ୍ରିପାଠି, ଡକ୍ଟର ସୁଶାନ୍ତ ଜେନା, ଚିତ୍ତରଞ୍ଜନ ତ୍ରିପାଠୀ, ଡକ୍ଟର ସୁଚନା ପାଢ଼ୀ,ଦେବୀ ପ୍ରଭା ରଥ, ଡକ୍ଟର ପ୍ରଣବ ପାଟଯୋଷୀ, ସୁଶାନ୍ତ ପଟ୍ଟନାୟକ ପ୍ରମୁଖ ବିଭିନ୍ନ ସାହିତ୍ୟ ଗୃପ ମାଧ୍ୟମରେ ଶୋକବାର୍ତ୍ତା ପ୍ରେରଣ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ