ବାରହା ଆକ୍ରମଣରେ ମହିଳା ଆହାତ
ଭଞ୍ଜନଗର, (ଯୁଗାବ୍ଦ ନ୍ୟୁଜ୍) : ଲଘୁଚାପ ଜନିତ ଲଗାଣ ବର୍ଷା ଚାଷୀର ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ କିଛି ବଳକା ଥିବା ଧାନ ଗଛରୁ ଧାନ ଅମଳ ହେବ ବୋଲି ଆଶା ରଖିଥିଲା ଚାଷୀ । କିନ୍ତୁ ଅଂଚଳରେ ବାରାହା ଆତଙ୍କ ଲାଗିି ରହିଥିବା ବେଳେ ଧାନ ଗଛକୁ ସୁରକ୍ଷିତ ରଖିବା ନିମନ୍ତେ ଦିନ ରାତି ଏକ କରି ଚାଷ ଜମିରେ ଜଗି ରହୁଛି ଚାଷୀ । କିନ୍ତୁ ବୁଧବାର ସକାଳେ ଧାନ କ୍ଷେତରେ ଜଗି ରହିଥିବା ବେଳେ ଜଣେ ମହିଳାଙ୍କୁ ବାରହା ଆକ୍ରମଣ କରି ବୃଦ୍ଧ ଆଙ୍ଗୁଳି ଗଡି କରିବା ଘଟଣା ଅଂଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ମିଳିଥିବା ସୂଚନା ଅନୁଯାୟୀ ବୁଧବାର ସକାଳେ ଗାଲେରୀ ରେଜଂ ଅନ୍ତର୍ଗତ ବେମ୍ଭେଇ ଗ୍ରାମର କାଳିଆ ସେଠୀଙ୍କ ସ୍ତ୍ରୀ ଖଦାଳ ସେଠୀ ବିଲକୁ ଯାଇଥିବା ବେଳେ ବାରହା ଆକ୍ରମଣରେ ସେ ଆହାତ ହୋଇଛନ୍ତି । ତାଙ୍କର ବୃଦ୍ଧାଙ୍ଗୁଳି କଟିଯାଇଛି । ଆହାତ ଅବସ୍ଥାରେ ତାଙ୍କୁ ମହିଳାଙ୍କୁ ୧୦୮ ଆମ୍ବୁଲାନ୍ସରେ ଭଂଜନଗର ମେଡିକାଲରେ ଭର୍ତ୍ତିକରାଯାଇଛି ।


