ଯାଜପୁରରେ ମୋ ସ୍କୁଲ ଅଧ୍ୟକ୍ଷ
ଯାଜପୁର:(ଯୁଗାବ୍ଦ ନ୍ୟୁଜ) ଯାଜପୁର ଗସ୍ତରେ ମୋ ସ୍କୁଲ ଅଧ୍ୟକ୍ଷ ସୁଶ୍ମିତା ବାଗଚି । ଶ୍ରୀମତି ବାଗଚି ଆଜି ଯାଜପୁର ଜିଲାର ରାମବାଗ ହାଇସ୍କୁଲ ଏବଂ ଜିଲ୍ଲା ସ୍କୁଲ ପରିଦର୍ଶନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ସ୍କୁଲରେ ରହିଥିବା ବିଭିନ୍ନ ଅଭାବ ଅସୁବିଧା ଓ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ମଧ୍ୟ ବିଭିନ୍ନ ମତାମତ ଗ୍ରହଣ କରିଥିଲେ । ପରେ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଏକ ସମିକ୍ଷା ବୈଠକରେ ଯୋଗ ଦେଇଥିଲେ । ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ,ସମଗ୍ର ଶିକ୍ଷା ଜିଲ୍ଲା ପ୍ରକଳ୍ପ ସଂଯୋଜକ ବିଷ୍ଣୁ ଚରଣ ସୁତାର ପ୍ରମୁଖ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ସଂପର୍କରେ ନିଜର ମତ ଦେଇଥିଲେ । ଯାଜପୁର ଜିଲ୍ଲାରେ ମୋ ସ୍କୁଲ ଅଭିଯାନକୁ ସପଂଳ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଏଥିରେ ଅଦ୍ୟାବଧି ୪୫ଟି ସ୍କୁଲକୁ ସାମିଲ କରାଯାଇଛି । ମୋ ସ୍କୁଲ ଅଭିଯାନ ମାଧ୍ୟମରେ ସ୍କୁଲର ଭିତିଭୂମିର ବିକାଶ ହୋଇପାରିବ ବୋଲି ଶ୍ରୀମତି ବାଗଚି କହିଥିଲେ । ଏହି ସମିକ୍ଷା ବୈଠକରେ ଯାଜପୁର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ,ଜିଲ୍ଲାର ସମସ୍ତ ବିଇଓ ଏବଂ ମୋ ସ୍କୁଲର ରାଜ୍ୟ ସଂଯୋଜକ ଅମରଜିତ୍ ଜେନା,ପ୍ରୋଗ୍ରାମ ଅପିଂସର ପ୍ରାର୍ଥବିର ସାମଲ ପ୍ରମୁଖ ସାମିଲ ହୋଇଥିଲେ ।


