ଦେବତାଗଢିଆ-ଗୋହିରା କେନାଲ ରାସ୍ତା ମରାମତି ଦାବୀ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଦେବତାଗଢିଆ-ଗୋହିରା କେନାଲ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ଏହି ରାସ୍ତା ଉପରେ ପ୍ରାୟ ୩ଟି ପଞ୍ଚାୟତର ଲୋକେ ନିର୍ଭର କରି ଚଳିଥାନ୍ତି । ଏହି ରାସ୍ତା ଦେଇ ଲୋକ ମାନେ ବନ୍ତରୁ ଆଗରପଡା ଯାଇଥାନ୍ତି । ଗତ ୫ ବର୍ଷ ହେବ ଏହି ରାସ୍ତା ମରାମତି ହୋଇନାହିଁ । ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଲୋକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷା ଦିନେ ରାସ୍ତାରେ ପାଦରେ ଯିବା ଅସମ୍ଭବ ହୋଇପଡୁଛି । ଜରୁରୀ ପରିସ୍ଥିତିରେ ଆମ୍ବୁଲାନ୍ସ କିମ୍ବା ଦମକଳ ଟିଏ ଗ୍ରାମ ମଧ୍ୟକୁ ଯାଇପାରୁନାହିଁ । ଗତ ୫ ବର୍ଷ ମଧ୍ୟରେ ଗୋହିରା ଗ୍ରାମର ୩ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । କାରଣ ଜରୁରୀ ପରିସ୍ଥିତିରେ ସେମାନେ ଡାକ୍ତରଖାନାରେ ପହଞ୍ôଚ ପାରିନଥିଲେ । ସଂପୃକ୍ତ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ